ଲକଡାଉନ ଯୋଗୁ ମୋବାଇଲ ଭଳି ଡିଭାଇସ ନିଶାରେ ୬୫% ପିଲା

ଜୟପୁର: ଲକଡାଉନ ସବୁ କିଛି ବନ୍ଦ। ପିଲାମାନେ ଘରୁ ବାହାରୁ ନାହାନ୍ତି ଓ ସେମାନଙ୍କର ସ୍କୁଲ ମଧ୍ୟ ବନ୍ଦ। ଏହି କାରଣରୁ ଘରେ ରହି ରହି ସେମାନେ ମୋବାଇଲ ଓ ଟିଭି ଭଳି ଡିଭାଇସ୍‌ ନିଶାରେ ପଡ଼ିଛନ୍ତି। ସର୍ଭେ ଅନୁଯାୟୀ, ୬୫% ପିଲା ଏବେ ଡିଭାଇସ ଦ୍ୱାରା ଆସକ୍ତ ହୋଇଛନ୍ତି। ସ୍ଥିତି ଏପରି ହୋଇଛି ଯେ ୩୦ ମିନିଟ୍‌ ପାଇଁ ବି ସେମାନେ ବିନା ଡିଭାଇସ୍‌ରେ ରହି ପାରୁନାହାନ୍ତି। ସେମାନଙ୍କୁ ଡିଭାଇସ ଛାଡ଼ିବାକୁ ବାପା ମା’ କହିଲେ […]

dae

Hemant Lenka
  • Published: Saturday, 04 July 2020
  • , Updated: 04 July 2020, 08:39 PM IST

ଜୟପୁର: ଲକଡାଉନ ସବୁ କିଛି ବନ୍ଦ। ପିଲାମାନେ ଘରୁ ବାହାରୁ ନାହାନ୍ତି ଓ ସେମାନଙ୍କର ସ୍କୁଲ ମଧ୍ୟ ବନ୍ଦ। ଏହି କାରଣରୁ ଘରେ ରହି ରହି ସେମାନେ ମୋବାଇଲ ଓ ଟିଭି ଭଳି ଡିଭାଇସ୍‌ ନିଶାରେ ପଡ଼ିଛନ୍ତି। ସର୍ଭେ ଅନୁଯାୟୀ, ୬୫% ପିଲା ଏବେ ଡିଭାଇସ ଦ୍ୱାରା ଆସକ୍ତ ହୋଇଛନ୍ତି।

ସ୍ଥିତି ଏପରି ହୋଇଛି ଯେ ୩୦ ମିନିଟ୍‌ ପାଇଁ ବି ସେମାନେ ବିନା ଡିଭାଇସ୍‌ରେ ରହି ପାରୁନାହାନ୍ତି। ସେମାନଙ୍କୁ ଡିଭାଇସ ଛାଡ଼ିବାକୁ ବାପା ମା’ କହିଲେ ପିଲାମାନେ ବିରକ୍ତ ହେଉଛନ୍ତି ଓ ରାଗୁ ଛନ୍ତି। ଏପରି କି ସେମାନେ ଅଜବ ବ୍ୟବହାର ମଧ୍ୟ ପ୍ରଦର୍ଶନ କରୁଛନ୍ତି।

ରାଜସ୍ଥାନର ଜୟପୁର ସ୍ଥିତ ଜେକେ ଲୋନ ହସ୍ପିଟାଲ ପକ୍ଷରୁ ୨୦୩ ଜଣ ପିଲାଙ୍କୁ ନେଇ ଲକଡାଉନର ପ୍ରଭାବ କ’ଣ ପଡ଼ିଛି, ସେକଥା ଜାଣିବା ପାଇଁ ଚେଷ୍ଟା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୬୫.୨% ପିଲା ପିଜିକାଲ ସମସ୍ୟାରେ ପଡ଼ିଛନ୍ତି। ଅର୍ଥାତ ଏମାନେ ମୋବାଇ, ଟିଭ ଭଳି ଯନ୍ତ୍ର ବିନା ରହିପାରୁନାହାନ୍ତି। ୨୩.୪୦% ପିଲାଙ୍କ ଓଜନ ବଢ଼ିଛି, ୨୬.୯୦% ପିଲାଙ୍କ ମୁଣ୍ଡବିନ୍ଧା ବଢ଼ିଛି ଓ ୨୨.୪୦% ପିଲା ଆଖି ସମସ୍ୟାରେ ପଡ଼ିଛନ୍ତି।

ସର୍ଭେରୁ ଆହୁରି ଜଣାପଡ଼ିଛି ଯେ ୭୦.୭୦% ପିଲାଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ଆସିଛି। ୨୩.୯୦% ପିଲା ସେମାନଙ୍କର ଦୈନନ୍ଦିନ ରୁଟିନ୍‌ ଆଉ କରୁନାହାନ୍ତି, ୨୦.୯୦% ପିଲା କେୟାର ଲେସ ହୋଇଯାଇଛନ୍ତି, ୩୬.୮୦% ପିଲା ଜିଦିଆ ହୋଇଥିବା ବେଳେ ୧୭.୪୦% ପିଲା ଧ୍ୟାନଚ୍ୟୁତ ହୋଇ ଯାଇଛନ୍ତି।

ଲକଡାଉନ ଯୋଗୁ ପିଲାମାନଙ୍କ ଶୋଇବାରେ ସମସ୍ୟା ଦେଖାଯାଉଛି। ୫୦% ପିଲା ବେଡ୍‌ ଯିବାର ୨୦ରୁ ୬୦ ମିନିଟ୍‌ ମଧ୍ୟରେ ଶୋଉଥିବା ବେଳେ ୧୭% ପିଲା ନିଦର ମଧ୍ୟ ଭାଗରେ ଉଠି ପଡ଼ୁଛନ୍ତି। ପୁଣି ସେମାନେ ଶୋଇବାକୁ ୨୦ରୁ ୩୦ ମିନିଟ୍‌ ସମୟ ନେଉଛନ୍ତି।

Related story