Advertisment

୭ ସେକେଣ୍ଡର ଭୂକମ୍ପ ଝଟକାରେ ୭ ମୃତ, ଶତାଧିକ ଘର ମାଟିରେ ମିଶିଲା

ଜାକର୍ତ୍ତା: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରି ଉଠିଛି ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପପୁଞ୍ଜ। ଏଥିରେ ଅନେକ ବଡ଼ବଡ଼ ବିଲଡିଂ ଓ ପ୍ରତିଷ୍ଠାନ ଭୁଶୁଡ଼ି ପଡ଼ିଛି। ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ହସ୍ପିଟାଲ ନେବା ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ ଭୂକମ୍ପର କେନ୍ଦ୍ର ସ୍ଥଳ ଉତ୍ତର ପୂର୍ବ ମାଜେନେ […]

ଅଦ୍ୟତନ ହୋଇଛି
୭ ସେକେଣ୍ଡର ଭୂକମ୍ପ ଝଟକାରେ ୭ ମୃତ, ଶତାଧିକ ଘର ମାଟିରେ ମିଶିଲା

r

Advertisment

ଜାକର୍ତ୍ତା: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରି ଉଠିଛି ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପପୁଞ୍ଜ। ଏଥିରେ ଅନେକ ବଡ଼ବଡ଼ ବିଲଡିଂ ଓ ପ୍ରତିଷ୍ଠାନ ଭୁଶୁଡ଼ି ପଡ଼ିଛି। ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ହସ୍ପିଟାଲ ନେବା ଆରମ୍ଭ କରିଛନ୍ତି।

Advertisment

ସୂଚନା ଅନୁସାରେ ଭୂକମ୍ପର କେନ୍ଦ୍ର ସ୍ଥଳ ଉତ୍ତର ପୂର୍ବ ମାଜେନେ ସହର ଠାରୁ ୬ କମି ଦୂର। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରହିଥିବା ଜଣାପଡ଼ିଛି। ପ୍ରାଥମିକ ରିପୋର୍ଟରେ ସରକାର କହିଛନ୍ତି ଭୂକମ୍ପରେ ମାଜେନେ ସହର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୩୭ ଜଣ ଆହତ ହୋଇଛନ୍ତି। ସେହିପରି ପଡ଼ୋଶୀ ମାମୁଜୁରେ ମଧ୍ୟ ଭୂକମ୍ପରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସ୍ଥାନୀୟ ସମୟ ରାତି ୧ଟା ବେଳେ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ହଜାର ହଜାର ଲୋକ ସେମାନଙ୍କ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଦୌଡ଼ିଥିଲେ। ଭୂକମ୍ପରେ ୬୦ରୁ ଅଧିକ ଘର ମାଟିରେ ମିଶି ଯାଇଛି। ଭୂକମ୍ପର ଝଟକା ୭ ସେକେଣ୍ଡ ଯାଏ ଅନୁଭୂତ ହୋଇଥିଲେ ହେଁ ଏଯାଏ ସୁନାମୀ ଆସିବାର ଆଶଙ୍କା ପ୍ରକାଶ ପାଇନାହିଁ।

Advertisment

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଅନୁଯାୟୀ, ଲୋକମାନେ ମୋଟର ସାଇକେଲରେ ଉଚ୍ଚ ଓ ସୁରକ୍ଷିତ ସ୍ଥାନକୁ ଯିବାକୁ ଉଦ୍ୟମ କରୁଛନ୍ତି। ଗୋଟିଏ ଶିଶୁ ଧ୍ୱଂସାବଶେଷ ତଳେ ଚାପି ହୋଇଯାଇଥିବାରୁ ତାକୁ ଉଦ୍ଧାର କରିବା ପାଇଁ ପରିବାର ଲୋକ ଅପ୍ରାଣ ଉଦ୍ୟମ କରୁଛନ୍ତି।

ଏକାଧିକ ଆବାସିକ ବିଲଡିଂ ସହ ଦୁଇଟି ହୋଟେଲ, ରାଜ୍ୟପାଳଙ୍କ ଅଫିସ ଓ ଗୋଟିଏ ମଲ ମଧ୍ୟ ଭୂକମ୍ପ ଝଟକାରେ କ୍ଷତିଗ୍ରସ୍ତ ହୋଇଛି। ମାମୁଜୁକୁ ସଂଯୋଗ କରୁଥିବା ଗୋଟିଏ ବ୍ରିଜ ଭୁଶୁଡ଼ି ପଡ଼ିବାରୁ ଏଠାରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଅଧିକ ପଢନ୍ତୁ : ସୁପର ପାୱାର ମାନଙ୍କୁ ଉଚିତ ଜବାବ ଦେବାକୁ ଭାରତ ପ୍ରସ୍ତୁତ: ପ୍ରତିରକ୍ଷା ମନ୍ତ୍ରୀ

ଏହାପୂର୍ବରୁ ଗୁରୁବାର ମଧ୍ୟ ଏଠାରେ ୫.୯ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିରେ ମଧ୍ୟ ଏକାଧିକ ଘର କ୍ଷତିଗ୍ରସ୍ତ ହୋଇଥିଲା।

Earthquake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe