ଡାକ୍ତରଖାନାରେ ୪୫ ଦିନରେ ମଲେଣି ୭୧ ଶିଶୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାହରାଇଚ୍ ଜିଲ୍ଲା ଡାକ୍ତରଖାନାରେ ଶିଶୁ ମୃତ୍ୟୁ ଜାରି ରହିଛି। ଗତ ୪୫ ଦିନରେ ଏଠାରେ ୭୧ ଜଣ ଶିଶୁଙ୍କର ମୃତ୍ୟୁ ହୋଇସାରିଲାଣି। ଡାକ୍ତରଖାନାର ଅଧୀକ୍ଷକ କହିଛନ୍ତି,“ବିଭିନ୍ନ ରୋଗ କାରଣରୁ ଏହି ଶିଶୁମାନଙ୍କର ମୃତ୍ୟୁ ଘଟିଛି। ଡାକ୍ତରଖାନାରେ ୨୦୦ଟି ବେଡ୍ ରହିଛି। ହେଲେ ଡାକ୍ତରଖାନାରେ ୪୫୦ ରୋଗୀ ଭର୍ତ୍ତି ହୋଇଛି। ଆମେ ଆମ ସାମର୍ଥ୍ୟ ଅନୁଯାୟୀ ଯାହା କରିବା କଥା କରୁଛୁ।” ସେହିଭଳି ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ଗତ ଛଅ ସପ୍ତାହରେ ଅଜଣା ରୋଗରେ ୭୯ […]

rtrttt

Tapaswini Nayak
  • Published: Friday, 21 September 2018
  • , Updated: 21 September 2018, 04:54 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାହରାଇଚ୍ ଜିଲ୍ଲା ଡାକ୍ତରଖାନାରେ ଶିଶୁ ମୃତ୍ୟୁ ଜାରି ରହିଛି। ଗତ ୪୫ ଦିନରେ ଏଠାରେ ୭୧ ଜଣ ଶିଶୁଙ୍କର ମୃତ୍ୟୁ ହୋଇସାରିଲାଣି।
ଡାକ୍ତରଖାନାର ଅଧୀକ୍ଷକ କହିଛନ୍ତି,“ବିଭିନ୍ନ ରୋଗ କାରଣରୁ ଏହି ଶିଶୁମାନଙ୍କର ମୃତ୍ୟୁ ଘଟିଛି। ଡାକ୍ତରଖାନାରେ ୨୦୦ଟି ବେଡ୍ ରହିଛି। ହେଲେ ଡାକ୍ତରଖାନାରେ ୪୫୦ ରୋଗୀ ଭର୍ତ୍ତି ହୋଇଛି। ଆମେ ଆମ ସାମର୍ଥ୍ୟ ଅନୁଯାୟୀ ଯାହା କରିବା କଥା କରୁଛୁ।”

ସେହିଭଳି ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ଗତ ଛଅ ସପ୍ତାହରେ ଅଜଣା ରୋଗରେ ୭୯ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଏନେଇ ବିଭିନ୍ନ ସ୍ଥାନରେ କଡ଼ା ନଜର ରଖିବାକୁ ଗତ ବୁଧବାର ରାଜ୍ୟ ସରକାର ଜିଲ୍ଲା ସ୍ତରୀୟ ମେଡିକାଲ୍‌ ଟିମ୍‌ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
ଜଣେ ସରକାରୀ ଅଧିକାରୀ କହିଛନ୍ତି,“ଗତ ଦେଢ଼ ମାସରେ ଅଜଣା ଜ୍ୱରରେ ୭୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ବରେଲୀରେ ସର୍ବାଧିକ ଲୋକ ମରିଛନ୍ତି। ଏଠାରେ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବଦାୟୁଁରେ ୨୩ ଜଣ, ହରଦୋଇରେ ୧୨, ସୀତାପୁରରେ ୮, ବାହରାଇଚ୍‌ରେ ୬, ପିଲିଭିଟ୍‌ରେ ୪ ଓ ଶାହଜହାଁପୁରରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।”

Related story