ଭିସା ନିୟମ ଉଲ୍ଲଙ୍ଘନ କରି ଶ୍ରୀଲଙ୍କାରେ ୭୩ ଭାରତୀୟ ଗିରଫ

କଲୋମ୍ବୋ: ଶ୍ରୀଲଙ୍କାରେ ବିଭିନ୍ନ କମ୍ପାନୀ ଓ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ୭୩ ଜଣ ଭାରତୀୟ ଗିରଫ ହୋଇଛନ୍ତି। ଏମାନଙ୍କୁ ଶ୍ରୀଲଙ୍କା ପ୍ରଶାସନ ଭିସା ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଗିରଫ କରିଛି। କେବଳ ଆଜି ୪୯ ଜଣ ଭାରତୀୟଙ୍କୁ ମାଟୁଗାମା ସ୍ଥିତ ଏକ କାରଖାନାରୁ ଗିରଫ କରାଯାଇଛି। ଗତ ମାସରେ ଅନୁରୂପ କାରଣରୁ ୨୪ ଜଣ ଭାରତୀୟଙ୍କୁ ଗିରଫ କରାଯାଇଥିଲା। ଏମାନେ ଭିସା ଅବଧି ଶେଷ ହୋଇଯାଇଥିବା ସତ୍ତ୍ୱେ ବେଆଇନ୍‌ ଭାବେ ଶ୍ରୀଲଙ୍କାରେ ରହୁଥିଲେ। ଏମାନଙ୍କୁ ମିରିହାନା […]

v

Hemant Lenka
  • Published: Saturday, 02 February 2019
  • , Updated: 02 February 2019, 08:10 PM IST

କଲୋମ୍ବୋ: ଶ୍ରୀଲଙ୍କାରେ ବିଭିନ୍ନ କମ୍ପାନୀ ଓ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ୭୩ ଜଣ ଭାରତୀୟ ଗିରଫ ହୋଇଛନ୍ତି। ଏମାନଙ୍କୁ ଶ୍ରୀଲଙ୍କା ପ୍ରଶାସନ ଭିସା ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଗିରଫ କରିଛି। କେବଳ ଆଜି ୪୯ ଜଣ ଭାରତୀୟଙ୍କୁ ମାଟୁଗାମା ସ୍ଥିତ ଏକ କାରଖାନାରୁ ଗିରଫ କରାଯାଇଛି। ଗତ ମାସରେ ଅନୁରୂପ କାରଣରୁ ୨୪ ଜଣ ଭାରତୀୟଙ୍କୁ ଗିରଫ କରାଯାଇଥିଲା।

ଏମାନେ ଭିସା ଅବଧି ଶେଷ ହୋଇଯାଇଥିବା ସତ୍ତ୍ୱେ ବେଆଇନ୍‌ ଭାବେ ଶ୍ରୀଲଙ୍କାରେ ରହୁଥିଲେ। ଏମାନଙ୍କୁ ମିରିହାନା ସ୍ଥିତ ଅଟକ କେନ୍ଦ୍ରରେ ରଖାଯାଇଛି। ଆବଶ୍ୟକ ଆନୁଷ୍ଠାନିକ ପ୍ରକ୍ରିୟା ସରିବା ପରେ ସମସ୍ତଙ୍କୁ ଭାରତ ପଠାଇ ଦିଆଯିବ ବୋଲି ଜଣାପଡ଼ିଛି।

Related story