ଫ୍ରିଜର ବକ୍ସରୁ ଉଦ୍ଧାର ହେଲେ ମୁମୂର୍ଷୁ ବୃଦ୍ଧ, ମାରିଦେବାକୁ ଭାଇ ଖେଳିଥିଲା ଚାଲ୍‌!

ଚେନ୍ନାଇ: କରୋନା ମହାମାରୀ ବେଳେ ଥଣ୍ଡାରୁ ବର୍ତ୍ତିବା ପାଇଁ ସମସ୍ତ ପ୍ରକାର ପରାମର୍ଶ ସରକାର ଦେଉଛନ୍ତି। ହେଲେ ଏହାରି ଭିତରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଣେ ୭୪ ବର୍ଷୀୟ ବୃଦ୍ଧଙ୍କୁ ଫ୍ରିଜର ଭିତରେ ପୂରାଇ ରଖାଯାଇଥିବା ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ ବୃଦ୍ଧ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାମିଲନାଡୁର ସଲେମ ଜିଲ୍ଲାରେ ଏହି ଘଟଣା ଦେଖିବାକୁ ମିଳିଛି। ବୃଦ୍ଧ ଜଣଙ୍କ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଥିଲେ। ହେଲେ […]

Old Man Rescued From Freezer

Old Man Rescued From Freezer

Subhransu Sekhar
  • Published: Wednesday, 14 October 2020
  • Updated: 14 October 2020, 01:58 PM IST

Sports

Latest News

ଚେନ୍ନାଇ: କରୋନା ମହାମାରୀ ବେଳେ ଥଣ୍ଡାରୁ ବର୍ତ୍ତିବା ପାଇଁ ସମସ୍ତ ପ୍ରକାର ପରାମର୍ଶ ସରକାର ଦେଉଛନ୍ତି। ହେଲେ ଏହାରି ଭିତରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଣେ ୭୪ ବର୍ଷୀୟ ବୃଦ୍ଧଙ୍କୁ ଫ୍ରିଜର ଭିତରେ ପୂରାଇ ରଖାଯାଇଥିବା ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ ବୃଦ୍ଧ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତାମିଲନାଡୁର ସଲେମ ଜିଲ୍ଲାରେ ଏହି ଘଟଣା ଦେଖିବାକୁ ମିଳିଛି। ବୃଦ୍ଧ ଜଣଙ୍କ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଥିଲେ। ହେଲେ ପରିବାର ଲୋକମାନେ ତାଙ୍କ ମୃତ୍ୟୁକୁ ଅପେକ୍ଷା କରିଥିଲେ ବୋଲି ଜଣାପଡ଼ିଛି। ସେମାନେ କହିଛନ୍ତି, ସେ ମରିଯାଇଛନ୍ତି କିନ୍ତୁ ତାଙ୍କ ଆତ୍ମା ବା ସ୍ପିରିଟ ଛାଡ଼ିବାକୁ ଟିକେ ବିଳମ୍ବ ହେଉଥିବାରୁ ସେମାନେ ଫ୍ରିଜର ବକ୍ସ ଆଣି ବୃଦ୍ଧଙ୍କୁ ସେଥିରେ ରଖିଥିଲେ। ଏହି ଫ୍ରିଜର ବକ୍ସରେ ମୃତ ଶରୀରକୁ ରଖାଯାଏ।

ଯେଉଁ ବ୍ୟକ୍ତି ଏହି ଫ୍ରିଜର ବକ୍ସ ଆଣିଥିଲେ ସିଏ ହେଉଛନ୍ତି ବୃଦ୍ଧଙ୍କ ନିଜ ଭାଇ। ତେବେ ମଙ୍ଗଳବାର ଦିନ ଫ୍ରିଜର ବକ୍ସ ଦେଇଥିବା ବ୍ୟକ୍ତି ଘରକୁ ଆସିଥିଲେ ତାହା ଫେରାଇ ନେବା ପାଇଁ। ଏହି ସମୟରେ ସେ ଦେଖିଥିଲେ ଫ୍ରିଜର ବକ୍ସ ଭିତରେ ଥିବା ବ୍ୟକ୍ତି ଜଣଙ୍କ ଜୀବିତ ଅଛନ୍ତି। ଏହାପରେ ଆମ୍ୱୁଲାନ୍ସ ଡକାଇ ସେହି ହୃଦୟବାନ ବ୍ୟକ୍ତି ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।

ଖବର ପାଇ ଫ୍ରିଜର ସେବା ଯୋଗାଇଥିବା ସଂସ୍ଥାର ଅଧିକାରୀ ଦେବଲିଙ୍ଗମ ଆସିଥିଲେ ଘଟଣାସ୍ଥଳକୁ। ଏହାପରେ ଫ୍ରିଜର କିଏ ଆଣିଥିଲା ତାର ସତ୍ୟାସତ୍ୟ ଜଣାପଡ଼ିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପାଖାପାଖି କୋଡିଏ ଘଣ୍ଟା ବୃଦ୍ଧ ଜଣଙ୍କ ଫ୍ରିଜର ଭିତରେ ଥିଲେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ୭୪ ବର୍ଷୀୟ ବୃଦ୍ଧ ଜଣଙ୍କ ଏକ ଘରୋଇ କମ୍ପାନୀର ଷ୍ଟୋର କିପର ଭାବରେ କାର୍ଯ୍ୟ କରୁଥିଲେ। ଏବେ ସେ ଅବସର ଗ୍ରହଣ କରି ସାରିଛନ୍ତି। ସେ ତାଙ୍କ ଭାଇ ଏବଂ ଝିଆରି ସହିତ ରହୁଥିଲେ। ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇସାରିଛି ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos