ପୁଣି ୭୮ ହଜାର ଆକ୍ରାନ୍ତ, ୯୭୧ ମୃତ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନର ଭାଇରସ ବେକାବୁ ହେବାରେ ଲାଗିଛି। ପୁଣିଥରେ ଗୋଟିଏ ଦିନରେ ୭୮ ହଜାରରୁ ଅଧିକ ଲୋକ ଏହି ପ୍ରାଣଘାତୀ ଭାଇରସରେ ସଂକ୍ରମିତ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ଲକ୍ଷ ପାର କରିଥିବା ବେଳେ ମୃତ୍ୟୁସଂଖ୍ୟା ବି ୬୫ ହଜାର ନିକଟରେ ପହଞ୍ଚି ଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୭୮,୫୧୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୬,୨୧,୨୪୬କୁ ବୃଦ୍ଧି […]

c

Hemant Lenka
  • Published: Monday, 31 August 2020
  • , Updated: 31 August 2020, 01:13 PM IST

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନର ଭାଇରସ ବେକାବୁ ହେବାରେ ଲାଗିଛି। ପୁଣିଥରେ ଗୋଟିଏ ଦିନରେ ୭୮ ହଜାରରୁ ଅଧିକ ଲୋକ ଏହି ପ୍ରାଣଘାତୀ ଭାଇରସରେ ସଂକ୍ରମିତ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ଲକ୍ଷ ପାର କରିଥିବା ବେଳେ ମୃତ୍ୟୁସଂଖ୍ୟା ବି ୬୫ ହଜାର ନିକଟରେ ପହଞ୍ଚି ଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୭୮,୫୧୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୬,୨୧,୨୪୬କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ କରୋନା ଆଉ ୯୭୧ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୪,୪୬୯ ଛୁଇଁଛି।

ତେବେ ଦିନକରେ ପୁଣି ୬୦,୮୬୮ ଜଣ ସୁସ୍ଥ ହୋଇଛନ୍ତି। ନୂଆ ଆରୋଗ୍ୟଙ୍କୁ ମିଶାଇ ଦେଶରେ ଏଯାଏ ୨୭,୭୪,୮୦୧ ଜଣ ସୁସ୍ଥ ହେଲେଣି। ଏହାର ଅର୍ଥ ଦେଶରେ ଆକ୍ଟିଭ କେସ ସଂଖ୍ୟା ୭୮୧୯୭୫ ରହିଛି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୮,୪୬,୨୭୮ଟି ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଦେଶରେ ଏଯାଏ ୪,୨୩,୦୭,୯୧୪ଟି ନମୁନା ପରୀକ୍ଷା କରାଗଲାଣି।

Related story