ସପ୍ତମବେତନ: କେନ୍ଦ୍ର କର୍ମଚାରୀଙ୍କ ସର୍ବନିମ୍ନ ଦରମା ୨୧ ହଜାରକୁ ବଢିବା ନେଇ ସୂଚନା , କିନ୍ତୁ ମିଳିବନି ଏରିଅର

ନୂଆଦିଲ୍ଲୀ: ସପ୍ତମବେତନ କମିଶନ ରିପୋର୍ଟ ଲଗୁପରେ  ପ୍ରଥମେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ସର୍ବନିମ୍ନ ଦରମା  ଉତ୍ସାହଜନକ ନୁହେଁ  ବୋଲି ଅଭିଯୋଗ କରି କର୍ମଚାରୀମାନେ ଏହାର ବିରୋଧ କରିଥିଲେ। ସରକାର ସର୍ବନିମ୍ନଦରମା(ବେଶିକ୍ ପେ’) ୧୮,୦୦୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଏହାକୁ ବୃଦ୍ଧି କରି ୨୬ ହଜାର ଟଙ୍କା କରାଯାଉ ବୋଲି ଦାବି ହୋଇଥିଲା । ଏହି ଦାବିକୁ ପୁନର୍ବିଚାର ପାଇଁ ସରକାର ନାକ କମିଟି (National Anomaly Committee) ଗଠନ କରିଥିଲେ। ତେବେ ସଦ୍ୟ […]

Rakesh Mallick
  • Published: Sunday, 17 September 2017
  • , Updated: 17 September 2017, 04:31 PM IST

ନୂଆଦିଲ୍ଲୀ: ସପ୍ତମବେତନ କମିଶନ ରିପୋର୍ଟ ଲଗୁପରେ  ପ୍ରଥମେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ସର୍ବନିମ୍ନ ଦରମା  ଉତ୍ସାହଜନକ ନୁହେଁ  ବୋଲି ଅଭିଯୋଗ କରି କର୍ମଚାରୀମାନେ ଏହାର ବିରୋଧ କରିଥିଲେ। ସରକାର ସର୍ବନିମ୍ନଦରମା(ବେଶିକ୍ ପେ’) ୧୮,୦୦୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଏହାକୁ ବୃଦ୍ଧି କରି ୨୬ ହଜାର ଟଙ୍କା କରାଯାଉ ବୋଲି ଦାବି ହୋଇଥିଲା । ଏହି ଦାବିକୁ ପୁନର୍ବିଚାର ପାଇଁ ସରକାର ନାକ କମିଟି (National Anomaly Committee) ଗଠନ କରିଥିଲେ। ତେବେ ସଦ୍ୟ ରିପୋର୍ଟ ଅନୁଯାୟୀ ସପ୍ତମବେତନ ସଂଶୋଧିତ ହୋଇ ସର୍ବନିମ୍ନ ଦରମା ୨୧,୦୦୦ ଟଙ୍କା ଧାର୍ଯ୍ୟ ହେବା ନେଇ ସୂଚନା ମିଳିଛି।  ଏହି ବର୍ଦ୍ଧିତ ଦରମା ଆସନ୍ତା ୨୦୧୮ ଜାନୁଆରୀରୁ ଲାଗୁ ହେବା ନେଇ କୁହାଯାଉଛି। ହେଲେ ସଂଶୋଧିତ ହାରରେ ଏରିଅର ମିଳିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିବା ବିଶେଷସୂତ୍ରରୁ ସୂଚନା ମିଳିଛି। ବର୍ଦ୍ଧିତ ଦରମାକୁ ନେଇ ଆସନ୍ତା ଜାନୁଆରୀ ମାସରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏସମ୍ପର୍କରେ କ୍ୟାବିନେଟରେ ଉପସ୍ଥାପିତ କରିପାରନ୍ତି।

ପୂର୍ବରୁ ସର୍ବନିମ୍ନ ଦରମା ଫିଟମେଣ୍ଟ୍ କମିଟିର ସୁପାରିଶ ଆଧାରରେ ଲାଗୁ ହୋଇଥିଲା।  ଯାହା ନିମ୍ନବର୍ଗର କର୍ମଚାରୀ ଏବଂ ଉଚ୍ଚବର୍ଗର କର୍ମଚାରୀଙ୍କ ମଧ୍ୟରେ ଅନେକ ତାରତମ୍ୟ ରହୁଥିଲା।  ସପ୍ତମବେତନ କମିଶନରେ ନିମ୍ନବର୍ଗର କର୍ମଚାରୀଙ୍କ ତୁଳନାରେ  ଉଚ୍ଚବର୍ଗର କର୍ମଚାରୀଙ୍କ୧.୪୧ ଗୁଣା ଅଧିକ ଦରମା ବୃଦ୍ଧି ହୋଇଥିଲା। ଯାହା ଷଷ୍ଟବେତନ କମିଶନରେ ୧.୧୨ ଥିଲା।  ଏହି ଦରମା ଅସଙ୍ଗତିକୁ ନେଇ ବେସିକ ପେ’ ବୃଦ୍ଧି ପାଇଁ କେନ୍ଦ୍ରକର୍ମଚାରୀଙ୍କ ପକ୍ଷରୁ ଦାବି ହୋଇଥିଲା। ବେସିକ ପେ’ ୧୮ ହଜାର ଟଙ୍କାରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୨.୫୭ ଗୁଣା ଅଧିକ ହେଉଥିଲା ବେଳେ ଏବେ ଏହା ୩.୦ ଗୁଣା ହୋଇଯିବ।

Related story