ରିପୋର୍ଟ ଦାଖଲ କଲେ ୭ମ ବେତନ କମିଶନ୍; କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଓ ଭତ୍ତା ୨୩ .୫୫% ବଢ଼ାଇବାକୁ ସୁପାରିଶ୍

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ସପ୍ତମ ବେତନ କମିଶନ। ଜଷ୍ଟିସ ଏ.କେ ମାଥୁରଙ୍କ ନେତୃତ୍ୱରେ ଗଠିତ ସପ୍ତମ ବେତନ କମିଶନ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଓ ଭତ୍ତା ୨୩ ଦଶମିକ ୫୫ ପ୍ରତିଶତ ବୃଦ୍ଧି ଲାଗି ସୁପାରିଶ କରିଛନ୍ତି। ସୁପାରିଶକୁ ସରକାର ଗ୍ରହଣ କଲେ କର୍ମଚାରୀଙ୍କ ଦରମା ୧୬ ପ୍ରତିଶତ ଓ ଭତ୍ତା ୬୩ ପ୍ରତିଶତ ବଢିବ। ସେହିପରି ପେନସନଭୋଗୀ ମଧ୍ୟ ଏହାଦ୍ୱାରା ଉପକୃତ ହେବେ। ପେନସନ୍ ରାଶି ୨୪ […]

7thpay

Rakesh Mallick
  • Published: Thursday, 19 November 2015
  • , Updated: 19 November 2015, 03:42 PM IST

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ସପ୍ତମ ବେତନ କମିଶନ। ଜଷ୍ଟିସ ଏ.କେ ମାଥୁରଙ୍କ ନେତୃତ୍ୱରେ ଗଠିତ ସପ୍ତମ ବେତନ କମିଶନ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଓ ଭତ୍ତା ୨୩ ଦଶମିକ ୫୫ ପ୍ରତିଶତ ବୃଦ୍ଧି ଲାଗି ସୁପାରିଶ କରିଛନ୍ତି। ସୁପାରିଶକୁ ସରକାର ଗ୍ରହଣ କଲେ କର୍ମଚାରୀଙ୍କ ଦରମା ୧୬ ପ୍ରତିଶତ ଓ ଭତ୍ତା ୬୩ ପ୍ରତିଶତ ବଢିବ। ସେହିପରି ପେନସନଭୋଗୀ ମଧ୍ୟ ଏହାଦ୍ୱାରା ଉପକୃତ ହେବେ। ପେନସନ୍ ରାଶି ୨୪ ପ୍ରତିଶତ ବଢାଇବାକୁ ବେତନ କମିଶନ ସୁପାରିଶ କରିଛନ୍ତି। ସପ୍ତମ ବେତନ କମିଶନଙ୍କ ସୁପାରିଶ ଲାଗୁ ହେବା ପରେ ଜଣେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ବେସିକ୍ ପେ ମାସିକ ୧୮ ହଜାର ଓ ସର୍ବୋଚ୍ଚ ୨ ଲକ୍ଷ ୨୫ ହଜାର ଟଙ୍କାରେ ପହଞ୍ଚିବ। ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ ପେ କମିଶନଙ୍କ ରିପୋର୍ଟ କାର୍ଯ୍ୟକାରୀ ହେବାର ଅଛି। ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାୟ ୪୭ ଲକ୍ଷ କର୍ମଚାରୀ  ଓ ୫୨ ଲକ୍ଷ ପେନସନ୍ ଭୋଗୀ ଉପକୃତ ହେବେ। ୨୦୦୮ରେ ଷଷ୍ଠ ବେତନ କମିଶନ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ୩୫ ପ୍ରତିଶତ ବୃଦ୍ଧି କରିଥିଲେ। ଏହାଦ୍ୱାରା ସରକାରଙ୍କୁ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ବୋଝ ପଡିବ।

ଜଷ୍ଟିସ୍ ଏ.କେ ମାଥୁର କହିଛନ୍ତି ଯେ ସମସ୍ତ ପକ୍ଷକୁ ଶୁଣିବା ପରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସାରା ଦେଶରେ ଲୋକେ ଯେଉଁ କଠିନ ପରିସ୍ଥିତିରେ କର୍ମଚାରୀମାନେ ରହୁଛନ୍ତି କମିଶନ ତାହା ବି ଦେଖିଲେ। ଏ ସବୁକୁ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ରିପୋର୍ଟ ଗ୍ରହଣ କରିବା ପରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ ୨୦୧୪ରେ ୭ମ ବେତନ କମିଶନ୍ ଗଠନ କରାଯାଇଥିଲା। କମିଶନ ଆଜି ତାଙ୍କର ରିପୋର୍ଟ ଦାଖଲ କରିଛନ୍ତି।

Related story