ଲକ୍ଷ୍ନୌ: ଗତ ୮ ଦିନ ତଳେ ହତ୍ୟାର ଶିକାର ହୋଇଥିବା ହିନ୍ଦୁ ସମାଜ ପାର୍ଟି ମୁଖ୍ୟ କମଲେଶ ତିୱାରୀଙ୍କ ପରେ ତାଙ୍କ ପତ୍ନୀ ଏହି ଦାୟିତ୍ୱ ନେବେ। ଆଜିଠାରୁ ସେ ଏହି ଦାୟିତ୍ୱ ନେବାର ଅଛି। ୨୦୧୭ ମସିହାରେ ହିନ୍ଦୁ ମହାସଭାଠାରୁ ଅଲଗା ହେବାପରେ କମଲେଶ ନିଜେ ଏହି ଦଳ ପ୍ରତିଷ୍ଠା କରିଥିଲେ।
କମଲେଶଙ୍କ ପତ୍ନୀ କିରନ୍ ତିୱାରୀ କହିଛନ୍ତି, ସେ ଏହି ହିନ୍ଦୁବାଦୀ ଦଳର ନେତୃତ୍ୱ ନେବାକୁ ତାଙ୍କ ନିଜର ଆତ୍ମବିଶ୍ୱାସ ରହିଛି। ସେ କହିଛନ୍ତି ଏହି ଦଳର ୧୮ଟି ରାଜ୍ୟରେ ଉପସ୍ଥିତି ରହିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ଘୋଷଣା କରାଯିବାର ଅଛି।
ସୂଚନାଯୋଗ୍ୟ ଯେ, କିରନ୍ ଏଭଳି ଏକ ଦିନରେ ଦାୟିତ୍ୱ ନେଇଛନ୍ତି ଯେଉଁଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଗଠନ କରିଥିବା ସ୍ୱତନ୍ତ୍ର ତଦନ୍ତ ଟିମ୍ ଏବଂ ଗୁଜରାଟ ଏଟିଏସ୍ ଆଉ ୩ ଜଣଙ୍କୁ ଗିରଫ କରିସାରିଛି। ବର୍ତ୍ତମାନ ଅଭିଯୁକ୍ତଙ୍କ ସଂଖ୍ୟା ୧୦ ଛୁଇଁଛି।