ଏମିତି ଆମ ଆଇନ୍‌ ! ମଣିଷ ଖସିଯାଉଛି କିନ୍ତୁ ପଶୁ ପାଉଛି ଦଣ୍ଡ: ୪ ଦିନ ଜେଲରେ ରହିଲେ ୮ ଗଧ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟରେ ଲିପ୍ତ ବ୍ୟାକ୍ତିଙ୍କୁ ଦଣ୍ଡ ଭାବରେ ଜେଲରେ ରଖାଯାଏ। ହେଲେ ଗଧ ଜେଲ୍&zwnj;ରେ ସଜ୍ଜା କଟିବା କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ। କଥାଟା ସତ, ଜେଲରେ ସଜ୍ଜା କାଟିଛନ୍ତି ୮ ଗଧ। ବଗିଚାରୁ ଫସଲ ଖାଇବାରୁ ୮ଟି ଗଧଙ୍କୁ ୪ଦିନ ଜେଲରେ ସଜ୍ଜା କାଟିବାକୁ ପଡିଛି। ଉତ୍ତର ପ୍ରଦେଶ ଜାଲାଉନ୍ ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଘଟଣା। ଅଭିଯୋଗ ଅନୁସାରେ, ଜେଲ କର୍ତ୍ତୃପକ୍ଷ କିଛି ପରିବା ଚାଷ କରିଥିଲେ, ଫସଲ ଖାଇଦେଉଥିବାରୁ ଗଧ ମାଲିକଙ୍କୁ ବାରମ୍ବାର ତାଗିଦ୍ କରିଥିଲେ କିନ୍ତୁ ମାଲିକ ନଶୁଣିବାରୁ ୮ଟି ଗଧଙ୍କୁ ଜେଲ୍ ହାଜତରେ ଭର୍ତ୍ତି କରିଥିଲେ କର୍ତ୍ତୃପକ୍ଷ। ୪ ଦିନ ଜେଲରେ ସଜ୍ଜା କାଟିବା ପରେ ଜଣେ ସ୍ଥାନୀୟ ରାଜନେତା ଗଧଙ୍କୁ ବେଲରେ ନେଇଥିଲେ। ଏଥିପାଇଁ ତାଙ୍କୁ ଲକ୍ଷାଧିକ ଟଙ୍କା ମଧ୍ୟ ତଣ୍ଡ ଗଣିବାକୁ ପଡିଥିଲା।</p>

Ordigital Desk
  • Published: Tuesday, 28 November 2017
  • Updated: 28 November 2017, 04:53 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟରେ ଲିପ୍ତ ବ୍ୟାକ୍ତିଙ୍କୁ ଦଣ୍ଡ ଭାବରେ ଜେଲରେ ରଖାଯାଏ। ହେଲେ ଗଧ ଜେଲ୍&zwnj;ରେ ସଜ୍ଜା କଟିବା କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ। କଥାଟା ସତ, ଜେଲରେ ସଜ୍ଜା କାଟିଛନ୍ତି ୮ ଗଧ। ବଗିଚାରୁ ଫସଲ ଖାଇବାରୁ ୮ଟି ଗଧଙ୍କୁ ୪ଦିନ ଜେଲରେ ସଜ୍ଜା କାଟିବାକୁ ପଡିଛି। ଉତ୍ତର ପ୍ରଦେଶ ଜାଲାଉନ୍ ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଘଟଣା। ଅଭିଯୋଗ ଅନୁସାରେ, ଜେଲ କର୍ତ୍ତୃପକ୍ଷ କିଛି ପରିବା ଚାଷ କରିଥିଲେ, ଫସଲ ଖାଇଦେଉଥିବାରୁ ଗଧ ମାଲିକଙ୍କୁ ବାରମ୍ବାର ତାଗିଦ୍ କରିଥିଲେ କିନ୍ତୁ ମାଲିକ ନଶୁଣିବାରୁ ୮ଟି ଗଧଙ୍କୁ ଜେଲ୍ ହାଜତରେ ଭର୍ତ୍ତି କରିଥିଲେ କର୍ତ୍ତୃପକ୍ଷ। ୪ ଦିନ ଜେଲରେ ସଜ୍ଜା କାଟିବା ପରେ ଜଣେ ସ୍ଥାନୀୟ ରାଜନେତା ଗଧଙ୍କୁ ବେଲରେ ନେଇଥିଲେ। ଏଥିପାଇଁ ତାଙ୍କୁ ଲକ୍ଷାଧିକ ଟଙ୍କା ମଧ୍ୟ ତଣ୍ଡ ଗଣିବାକୁ ପଡିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos