- Videos
- National
- ଏମିତି ଆମ ଆଇନ୍ ! ମଣିଷ ଖସିଯାଉଛି କିନ୍ତୁ ପଶୁ ପାଉଛି ଦଣ୍ଡ: ୪ ଦିନ ଜେଲରେ ରହିଲେ ୮ ଗଧ
ଏମିତି ଆମ ଆଇନ୍ ! ମଣିଷ ଖସିଯାଉଛି କିନ୍ତୁ ପଶୁ ପାଉଛି ଦଣ୍ଡ: ୪ ଦିନ ଜେଲରେ ରହିଲେ ୮ ଗଧ
- Published: Tuesday, 28 November 2017
- , Updated: 28 November 2017, 04:53 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟରେ ଲିପ୍ତ ବ୍ୟାକ୍ତିଙ୍କୁ ଦଣ୍ଡ ଭାବରେ ଜେଲରେ ରଖାଯାଏ। ହେଲେ ଗଧ ଜେଲ୍‌ରେ ସଜ୍ଜା କଟିବା କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ। କଥାଟା ସତ, ଜେଲରେ ସଜ୍ଜା କାଟିଛନ୍ତି ୮ ଗଧ। ବଗିଚାରୁ ଫସଲ ଖାଇବାରୁ ୮ଟି ଗଧଙ୍କୁ ୪ଦିନ ଜେଲରେ ସଜ୍ଜା କାଟିବାକୁ ପଡିଛି। ଉତ୍ତର ପ୍ରଦେଶ ଜାଲାଉନ୍ ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଘଟଣା। ଅଭିଯୋଗ ଅନୁସାରେ, ଜେଲ କର୍ତ୍ତୃପକ୍ଷ କିଛି ପରିବା ଚାଷ କରିଥିଲେ, ଫସଲ ଖାଇଦେଉଥିବାରୁ ଗଧ ମାଲିକଙ୍କୁ ବାରମ୍ବାର ତାଗିଦ୍ କରିଥିଲେ କିନ୍ତୁ ମାଲିକ ନଶୁଣିବାରୁ ୮ଟି ଗଧଙ୍କୁ ଜେଲ୍ ହାଜତରେ ଭର୍ତ୍ତି କରିଥିଲେ କର୍ତ୍ତୃପକ୍ଷ। ୪ ଦିନ ଜେଲରେ ସଜ୍ଜା କାଟିବା ପରେ ଜଣେ ସ୍ଥାନୀୟ ରାଜନେତା ଗଧଙ୍କୁ ବେଲରେ ନେଇଥିଲେ। ଏଥିପାଇଁ ତାଙ୍କୁ ଲକ୍ଷାଧିକ ଟଙ୍କା ମଧ୍ୟ ତଣ୍ଡ ଗଣିବାକୁ ପଡିଥିଲା।</p>