୮ ମନ୍ତ୍ରୀଙ୍କୁ ବିଦା କଲେ ୟୁପି ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ/ଭୁବନେଶ୍ୱର: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ତାଙ୍କ ମନ୍ତ୍ରିମଣ୍ଡଳରୁ ୮ ଜଣ ମନ୍ତ୍ରୀଙ୍କୁ ହଟାଇ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ୫ ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବା ବେଳେ ତିନି ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ଶନିବାର ଅଖିଳେଶ ତାଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ ବୋଲି ଜଣାପଡ଼ିଛି। ତେବେ ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିହାର ବିଧାନସଭା ନିର୍ବାଚନ ପରେ ଆସନ୍ତା ମାସରେ ସେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଅଖିଳେଶ […]

AkhileshYadav

Rakesh Mallick
  • Published: Thursday, 29 October 2015
  • , Updated: 29 October 2015, 05:04 PM IST

ଲକ୍ଷ୍ନୌ/ଭୁବନେଶ୍ୱର: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ତାଙ୍କ ମନ୍ତ୍ରିମଣ୍ଡଳରୁ ୮ ଜଣ ମନ୍ତ୍ରୀଙ୍କୁ ହଟାଇ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ୫ ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବା ବେଳେ ତିନି ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ଶନିବାର ଅଖିଳେଶ ତାଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ ବୋଲି ଜଣାପଡ଼ିଛି। ତେବେ ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିହାର ବିଧାନସଭା ନିର୍ବାଚନ ପରେ ଆସନ୍ତା ମାସରେ ସେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଅଖିଳେଶ ଗତକାଲି ସଂକେତ ଦେଇଥିଲେ। ସେ ଗତକାଲି ରାଜ୍ୟପାଳ ରାମ ନାଏକଙ୍କୁ ଭେଟି ଥିଲେ ଓ କ୍ୟାବିନେଟ୍ ସଂପ୍ରସାରଣ ସଂପର୍କରେ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ମନ୍ତ୍ରିମଣ୍ଡଳରେ ସର୍ବାଧିକ ୬୦ ଜଣ ମନ୍ତ୍ରୀ ରହିପାରିବେ।

୮ ମନ୍ତ୍ରୀଙ୍କୁ ବିଦା କରିବା ପରେ ଅପରାହ୍ନରେ ଦୁଇ ଦିନିଆ ଓଡ଼ିଶା ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ସେଠାରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଏ ସଂପର୍କରେ ପଚାରିଥିଲେ। ତେବେ ସେ ଏହି ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ ଓ ବର୍ତ୍ତମାନ ଭଲ କଥା ପଚାରନ୍ତୁ ବୋଲି କହିଥିଲେ।

ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପାଇଁ ଆଜି ଅଖିଳେଶ ୮ ମନ୍ତ୍ରୀଙ୍କୁ ବିଦା କରିଥିବା କୁହାଯାଉଛି।  ତେବେ ଏହା ପଛରେ ଆଉ ଏକ କାରଣ ମଧ୍ୟ ରହିଛି ବୋଲି ସମାଜବାଦୀ ପାର୍ଟିର କେତେକ ନେତା କହିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଅଖିଳେଶ ନିଜର କ୍ଷମତାକୁ ସମସ୍ତଙ୍କ ନିକଟରେ ଜାହିର କରିବା ପାଇଁ ଏଭଳି କରିଛନ୍ତି। କାରଣ ଅନେକ ମନେ କରନ୍ତି ଯେ ସରକାର ଚଳାଇବା ପାଇଁ ଅଖିଳେଶ ସ୍ୱାଧୀନ ନାହାନ୍ତି। ସେ ଅନ୍ୟମାନଙ୍କ ଦ୍ୱାରା ପରିଚାଳିତ ହୁଅନ୍ତି। ସେ ସଂପୂର୍ଣ୍ଣ ଭାବେ ସ୍ୱାଧୀନତାର ସହିତ ସରକାର ଚଳାଉଥିବା କଥାକୁ ପ୍ରମାଣିତ କରିବାକୁ ଯାଇ ଅଖିଳେଶ ଆଜି ୮ ଜଣ ମନ୍ତ୍ରୀଙ୍କୁ ବିଦା କରିଛନ୍ତି।

Related story