ନିଲାମାଡୁ ଜଙ୍ଗଲରେ କମ୍ବିଂ ଅପରେସନ, ୮ ମାଓବାଦୀ ମୃତ

ହାଇଦ୍ରାବାଦ୍‌: ମାଓବାଦୀଙ୍କ ବିରୋଧରେ ଏକ ବଡଧରଣର ଅପରେସନ ହୋଇଛି। ତେଲଙ୍ଗାନା ସ୍ୱତନ୍ତ୍ର ପୋଲିସ ସୁରକ୍ଷା ବାହାନୀ ପକ୍ଷରୁ ଗୁରୁବାର ସକାଳେ ଅତର୍କିତ ଚଢାଉ ଫଳରେ ଭଦ୍ରାରୀ ଜିଲ୍ଲା ନିଲାମାଡୁ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଫଳରେ ୮ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏଥିସହ ୬ ବନ୍ଧୁକ ଓ ବିପୁଳ ମାଓ ସାମଗ୍ରୀ  ଜବତ ହୋଇଛି । ସୂଚନାଯୋଗ୍ୟ, ଦୀର୍ଘ ୨ ମାସ ହେବ ୭ ଜଣ ମାଓବାଦୀ ଗୋଟିଏ ଗୋଷ୍ଠୀ […]

sukma_1_7591

Rakesh Mallick
  • Published: Thursday, 14 December 2017
  • , Updated: 14 December 2017, 02:41 PM IST

ହାଇଦ୍ରାବାଦ୍‌: ମାଓବାଦୀଙ୍କ ବିରୋଧରେ ଏକ ବଡଧରଣର ଅପରେସନ ହୋଇଛି। ତେଲଙ୍ଗାନା ସ୍ୱତନ୍ତ୍ର ପୋଲିସ ସୁରକ୍ଷା ବାହାନୀ ପକ୍ଷରୁ ଗୁରୁବାର ସକାଳେ ଅତର୍କିତ ଚଢାଉ ଫଳରେ ଭଦ୍ରାରୀ ଜିଲ୍ଲା ନିଲାମାଡୁ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଫଳରେ ୮ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏଥିସହ ୬ ବନ୍ଧୁକ ଓ ବିପୁଳ ମାଓ ସାମଗ୍ରୀ  ଜବତ ହୋଇଛି ।

ସୂଚନାଯୋଗ୍ୟ, ଦୀର୍ଘ ୨ ମାସ ହେବ ୭ ଜଣ ମାଓବାଦୀ ଗୋଟିଏ ଗୋଷ୍ଠୀ ଗଠନ କରି ଏହି ଅଞ୍ଚଳରେ ଆତଙ୍କ ଖେଳାଇ ରଖିଥିଲେ। ଜୟଶଙ୍କର ଭୁପାଲପାଲି, ଭଦ୍ରାଦି କୋଟିଗୁଡମ୍‌ ଓ ମେହବୁବାବାଦ୍‌ ଅଞ୍ଚଳରେ ଏହି ଗୋଷ୍ଠୀ ଆତଙ୍କରାଜ ଚଳାଇଥିଲେ।

Related story