୮୦% ଆକ୍ରାନ୍ତଙ୍କ ପାଖରେ କରୋନା ଲକ୍ଷଣ ନାହିଁ: ଉଦ୍ଧବ

ମୁମ୍ୱାଇ: ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରତିକ୍ରିୟା ରଖିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ମାମଲା ଏମିତି ରହିଛି ଯେଉଁମାନଙ୍କ ପାଖରେ କରୋନାର ଲକ୍ଷଣ ନାହିଁ। ବାକି ୨୦ ପ୍ରତିଶତଙ୍କ ମଧ୍ୟରୁ କିଛି ସାମାନ୍ୟ ଆକ୍ରାନ୍ତ ହୋଇଥିବାବେଳେ ଆଉ କିଛି ଗୁରୁତର ରହିଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କା ପାଖରେ କରୋନା ଲକ୍ଷଣ ରହିଛି ତା’ହେଲେ ସେମାନେ ଏହାକୁ ନ ଲୁଚାଇ ସ୍ପଷ୍ଟ […]

uddhav-thackeray

Subhransu Sekhar
  • Published: Sunday, 26 April 2020
  • , Updated: 26 April 2020, 03:34 PM IST

ମୁମ୍ୱାଇ: ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରତିକ୍ରିୟା ରଖିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ମାମଲା ଏମିତି ରହିଛି ଯେଉଁମାନଙ୍କ ପାଖରେ କରୋନାର ଲକ୍ଷଣ ନାହିଁ। ବାକି ୨୦ ପ୍ରତିଶତଙ୍କ ମଧ୍ୟରୁ କିଛି ସାମାନ୍ୟ ଆକ୍ରାନ୍ତ ହୋଇଥିବାବେଳେ ଆଉ କିଛି ଗୁରୁତର ରହିଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କା ପାଖରେ କରୋନା ଲକ୍ଷଣ ରହିଛି ତା’ହେଲେ ସେମାନେ ଏହାକୁ ନ ଲୁଚାଇ ସ୍ପଷ୍ଟ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି।

ସେହିପରି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଦୁଇ ପୁଲିସ କର୍ମୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ସରକାରଙ୍କ ନିୟମ ଅନୁଯାୟୀ ମୃତକଙ୍କ ପରିବାର ଲୋକଙ୍କୁ ସରକାର ସମସ୍ତ ପ୍ରକାର ସହଯୋଗ କରିବା ବୋଲି ଉଦ୍ଧବ ଠାକରେ କହିଛନ୍ତି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ୭,୬୨୮ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧,୦୭୬ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୩୨୩ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ୬,୨୨୯ ଜଣ ଚିକିତ୍ସାଧୀନ ରହିଛନ୍ତି।

Related story