ବଜ୍ରପାତରେ ଚାଲିଗଲା ୮୩ ଜୀବନ

ପାଟଣା: ଆକାଶରୁ ଖସିଲା ମୃତ୍ୟୁ। ବିହାରରେ ଗୁରୁବାର ବଜ୍ରପାତ ଏବଂ ଝଡ଼ ତୋଫାନରେ ବିପୁଳ କ୍ଷତି ହୋଇଛି। ତେବେ ବଜ୍ରପାତ ଯୋଗୁ ରାଜ୍ୟରେ ୮୩ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହା ସହ କିଛି ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ବିହାରର ୨୩ଟି ଜିଲ୍ଲାରେ ବଜ୍ରପାତ ଯୋଗୁ ମଣିଷକୁ ଅଧିକ କ୍ଷତି ହୋଇଛି। ତେବେ ଗୋପାଳଗଞ୍ଜରେ ବଜ୍ରପାତ ଯୋଗୁ ଅଧିକ କ୍ଷତି ହୋଇଛି, ଯେଉଁଠାରେ ୧୩ଜଣ ମୃତ୍ୟୁବରଣ କରିଛନ୍ତି। ସେହିପରି ମଧୁବନି ଓ ନବାଦାରେ ୮ଜଣ ଲେଖାଏ […]

thunderstorm

Tapas Behera
  • Published: Thursday, 25 June 2020
  • , Updated: 25 June 2020, 10:25 PM IST

ପାଟଣା: ଆକାଶରୁ ଖସିଲା ମୃତ୍ୟୁ। ବିହାରରେ ଗୁରୁବାର ବଜ୍ରପାତ ଏବଂ ଝଡ଼ ତୋଫାନରେ ବିପୁଳ କ୍ଷତି ହୋଇଛି। ତେବେ ବଜ୍ରପାତ ଯୋଗୁ ରାଜ୍ୟରେ ୮୩ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହା ସହ କିଛି ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।

ବିହାରର ୨୩ଟି ଜିଲ୍ଲାରେ ବଜ୍ରପାତ ଯୋଗୁ ମଣିଷକୁ ଅଧିକ କ୍ଷତି ହୋଇଛି। ତେବେ ଗୋପାଳଗଞ୍ଜରେ ବଜ୍ରପାତ ଯୋଗୁ ଅଧିକ କ୍ଷତି ହୋଇଛି, ଯେଉଁଠାରେ ୧୩ଜଣ ମୃତ୍ୟୁବରଣ କରିଛନ୍ତି। ସେହିପରି ମଧୁବନି ଓ ନବାଦାରେ ୮ଜଣ ଲେଖାଏ ପ୍ରାଣ ହରାଇଛନ୍ତି। ବିହାରରେ ୮ଟି ଜିଲ୍ଲାରେ ଅତି କମରେ ୫ଜଣ ଲେଖାଏ ଜୀବନ ହାରିଛନ୍ତି।

ଏହା ମଧ୍ୟରେ ପାଣିପାଗ ବିଭାଗ ବିହାର ପାଇଁ ୭୨ ଘଣ୍ଟାର ସତର୍କ ସୂଚନା ଜାରି କରିଛନ୍ତି। ଆଗାମୀ ୭୨ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ପ୍ରବଳ ବର୍ଷା ହେବାର ସମ୍ଭବନା ଥିବା ପାଣିପାଣ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ ଓ କଶ୍ମୀର ସମେତ ଉତ୍ତର ଭାରତର କିଛି ରାଜ୍ୟରେ ବୁଧବାର ମୌସୁମୀ ପ୍ରବେଶ କରିଛି, ଯେଉଁ କାରଣରୁ ସେଠାରେ ତାପମାତ୍ରା ହ୍ରାସ ପାଇଛି।

Related story