୮୪ ବର୍ଷରେ ପାଦ ଥାପିଲା ବାୟୁସେନା

ନୂଆଦିଲ୍ଲୀ: ଭାରତୀୟ ବାୟୁସେବା ଆଜି ୮୪ ବର୍ଷରେ ପାଦ ଥାପିଛି। ଏହି ଅବସରରେ  ଗାଜିଆବାଦର ହିଣ୍ଡନ ଏୟାରବେସ୍‌ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଛି। ବାୟୁସେନା ଯବାନଙ୍କ ପରେଡ୍‌ ସାଙ୍ଗକୁ ଯୁଦ୍ଧ ବିମାନ, ପରିବହନ ବିମାନ ଓ ହେଲିକପଟର ଭାଗ ନେଇ ଆକର୍ଷଣୀୟ କୌଶଳ ପ୍ରଦର୍ଶନ କରିଥିଲେ। ଏଥିସହ ତେଜସ୍‌, ସୁଖୋଇ ସମେତ  ଅନେକ ବିମାନ ଆକାଶମାର୍ଗରେ ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରିଥିଲେ। ବାୟୁ ସେନା ପ୍ରତିଷ୍ଠା ଦିବସ ଅବସରରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

airfroce

Rakesh Mallick
  • Published: Saturday, 08 October 2016
  • , Updated: 08 October 2016, 05:30 PM IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେବା ଆଜି ୮୪ ବର୍ଷରେ ପାଦ ଥାପିଛି। ଏହି ଅବସରରେ  ଗାଜିଆବାଦର ହିଣ୍ଡନ ଏୟାରବେସ୍‌ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଛି। ବାୟୁସେନା ଯବାନଙ୍କ ପରେଡ୍‌ ସାଙ୍ଗକୁ ଯୁଦ୍ଧ ବିମାନ, ପରିବହନ ବିମାନ ଓ ହେଲିକପଟର ଭାଗ ନେଇ ଆକର୍ଷଣୀୟ କୌଶଳ ପ୍ରଦର୍ଶନ କରିଥିଲେ। ଏଥିସହ ତେଜସ୍‌, ସୁଖୋଇ ସମେତ  ଅନେକ ବିମାନ ଆକାଶମାର୍ଗରେ ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରିଥିଲେ। ବାୟୁ ସେନା ପ୍ରତିଷ୍ଠା ଦିବସ ଅବସରରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୁ ସେନାର କର୍ମଚାରୀଙ୍କୁ ଶୁଭକାମନା ଜଣାଇଛନ୍ତି।

Related story