ହୋଟେଲ୍‌ ଅର୍ପିତ ପ୍ୟାଲେସ୍‌ରେ ନିଆଁ ଲାଗି ୧୭ ମୃତ

ନୂଆଦିଲ୍ଲୀ: ହୋଟେଲ୍‌ରେ ନିଆଁ ଲାଗିଯିବା ଯୋଗୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଭୋର୍ ପ୍ରାୟ ଚାରିଟା ବେଳେ ଦିଲ୍ଲୀର ଏକ ହୋଟେଲ୍‌ରେ ଘଟିଛି ଏହି ଅଘଟଣ। ଏହି ହୋଟେଲ୍‌ର ନାଁ ଅର୍ପିତ୍ ପ୍ୟାଲେସ୍‌। ଏହା ସେଣ୍ଟ୍ରାଲ୍ ଦିଲ୍ଲୀର କରୋଲ ବାଗ୍ ଅଞ୍ଚଳରେ ଅଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ଥିବା ଜଣାପଡ଼ିଛି। ହୋଟେଲ୍‌ରେ ନିଆଁ ଲାଗିବା ପରେ ଏ ଦୁହେଁ ଝରକାରୁ ଡେଇଁ ପଡ଼ିଥିଲେ। ତେଣୁ ସେମାନଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନେ […]

hotel

Jitendra Garnayak
  • Published: Tuesday, 12 February 2019
  • , Updated: 12 February 2019, 11:37 AM IST

ନୂଆଦିଲ୍ଲୀ: ହୋଟେଲ୍‌ରେ ନିଆଁ ଲାଗିଯିବା ଯୋଗୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଭୋର୍ ପ୍ରାୟ ଚାରିଟା ବେଳେ ଦିଲ୍ଲୀର ଏକ ହୋଟେଲ୍‌ରେ ଘଟିଛି ଏହି ଅଘଟଣ। ଏହି ହୋଟେଲ୍‌ର ନାଁ ଅର୍ପିତ୍ ପ୍ୟାଲେସ୍‌। ଏହା ସେଣ୍ଟ୍ରାଲ୍ ଦିଲ୍ଲୀର କରୋଲ ବାଗ୍ ଅଞ୍ଚଳରେ ଅଛି।

ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ଥିବା ଜଣାପଡ଼ିଛି। ହୋଟେଲ୍‌ରେ ନିଆଁ ଲାଗିବା ପରେ ଏ ଦୁହେଁ ଝରକାରୁ ଡେଇଁ ପଡ଼ିଥିଲେ। ତେଣୁ ସେମାନଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନେ ଅଣନିଃଶ୍ୱାସୀ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି।

ସେହିପରି ଏ ଘଟଣାରେ ଅନେକ ଲୋକ  ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

୫ ମହଲା ବିଶିଷ୍ଟ ଏହି ହୋଟେଲ୍‌ରେ ନିଆଁ ଲାଗିଥିବା ନେଇ ସୂଚନା ପାଇବା ପରେ ୨୬ଟି ଦମକଳ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ଦମକଳ ବାହିନୀ ସଦସ୍ୟମାନେ ନିଆଁକୁ ଆୟତ୍ତ କରିବା ସହିତ ହୋଟେଲ୍‌ରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀକୁ ପ୍ରାୟ ୩ ଘଣ୍ଟା ଲାଗି ଯାଇଥିଲା।

ଅଗ୍ନିଶମ ଅଧିକାରୀ ସୁନୀଲ ଚୌଧୁରୀଙ୍କ କହିବା ଅନୁଯାୟୀ, ୩୫ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ହୋଟେଲ୍‌ରୁ ଉଦ୍ଧାର କରାଯାଇଛି।

ହୋଟେଲ୍‌ରେ କେମିତି ନିଆଁ ଲାଗିଲା, ତାହା ଏଯାଏ ସ୍ପଷ୍ଟ ହୋଇନି। ତେବେ ସର୍ଟ ସର୍କିଟ୍ ଯୋଗୁ ଏ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

କିଛି ଦିନ ତଳେ ନୋଏଡାର ସେକ୍ଟର ୧୨ ସ୍ଥିତ ମେଟ୍ରୋ ହାର୍ଟ ହସ୍‌ପିଟାଲ୍‌ରେ ନିଆଁ ଲାଗି ଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇ ନଥିଲେ।

Related story