ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୯ କର୍ମଚାରୀଙ୍କୁ କରୋନା

ପାଟନା: ରାଷ୍ଟ୍ରୀୟ ଜନତା ଦଳର(ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୯ ଜଣ ସୁରକ୍ଷା କର୍ମଚାରୀ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସୁରକ୍ଷାକର୍ମୀମାନେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଲାଲୁଙ୍କ ପ୍ରତି ମଧ୍ୟ ସଂକ୍ରମଣର ଭୟ ସୃଷ୍ଟି ହୋଇଛି। ୭୨ ବର୍ଷୀୟ ଲାଲୁ ପ୍ରଥମେ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଭର୍ତ୍ତି ହୋଇଥିଲେ। ତେବେ ସେ ଏବେ କେଲ୍ଲୀ ଡାଇରେକ୍ଟର୍ସ ବଙ୍ଗଳାରେ ରହିଛନ୍ତି। ଆଜି କରୋନାରେ ଆକ୍ରାନ୍ତ ହୋଇଥିବା ସୁରକ୍ଷାକର୍ମୀମାନେ ଏହି […]

vz

Hemant Lenka
  • Published: Friday, 21 August 2020
  • , Updated: 21 August 2020, 03:56 PM IST

ପାଟନା: ରାଷ୍ଟ୍ରୀୟ ଜନତା ଦଳର(ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୯ ଜଣ ସୁରକ୍ଷା କର୍ମଚାରୀ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି।

ସୁରକ୍ଷାକର୍ମୀମାନେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଲାଲୁଙ୍କ ପ୍ରତି ମଧ୍ୟ ସଂକ୍ରମଣର ଭୟ ସୃଷ୍ଟି ହୋଇଛି। ୭୨ ବର୍ଷୀୟ ଲାଲୁ ପ୍ରଥମେ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଭର୍ତ୍ତି ହୋଇଥିଲେ। ତେବେ ସେ ଏବେ କେଲ୍ଲୀ ଡାଇରେକ୍ଟର୍ସ ବଙ୍ଗଳାରେ ରହିଛନ୍ତି।

ଆଜି କରୋନାରେ ଆକ୍ରାନ୍ତ ହୋଇଥିବା ସୁରକ୍ଷାକର୍ମୀମାନେ ଏହି ବଙ୍ଗଳାରେ ଲାଲୁଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ। ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Related story