୨୬/୧୧ ଆକ୍ରମଣକୁ ୯ବର୍ଷ: ଦୁଃଖଦ ଅନୁଭୂତିରୁ ମିଳିଲାନି ଶିକ୍ଷା

ମୁମ୍ବାଇ: ମୁମ୍ବାଇ ଆକ୍ରମଣକୁ ପୁରୁଛି ୯ ବର୍ଷ । ଦେଶର ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇଛନ୍ତି ଦେଶବାସୀ।  ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଛି । ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସହିଦ ଯବାନଙ୍କ ବଳିଦାନକୁ ସ୍ମରଣ କରିଛି ପୁରା ଦେଶ।  ଉପକୂଳର ସୁରକ୍ଷା ବ୍ୟବସ୍ଥା ପାଇଁ ଏହା ଭିତରେ ସରକାର ଅନେକ ପଦକ୍ଷେପ ନେଇଛନ୍ତି କିନ୍ତୁ ତାହା ବି ଯଥେଷ୍ଟ ନୁହେଁ । ନଭେମ୍ବର ୨୬, ୨୦୦୮ ସବୁଦିନ ଭଳି ବାଣିଜ୍ୟ ରାଜଧାନୀ […]

mumbai

Rakesh Mallick
  • Published: Sunday, 26 November 2017
  • , Updated: 26 November 2017, 07:16 PM IST

ମୁମ୍ବାଇ: ମୁମ୍ବାଇ ଆକ୍ରମଣକୁ ପୁରୁଛି ୯ ବର୍ଷ । ଦେଶର ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇଛନ୍ତି ଦେଶବାସୀ।  ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଛି । ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସହିଦ ଯବାନଙ୍କ ବଳିଦାନକୁ ସ୍ମରଣ କରିଛି ପୁରା ଦେଶ।  ଉପକୂଳର ସୁରକ୍ଷା ବ୍ୟବସ୍ଥା ପାଇଁ ଏହା ଭିତରେ ସରକାର ଅନେକ ପଦକ୍ଷେପ ନେଇଛନ୍ତି କିନ୍ତୁ ତାହା ବି ଯଥେଷ୍ଟ ନୁହେଁ ।

ନଭେମ୍ବର ୨୬, ୨୦୦୮ ସବୁଦିନ ଭଳି ବାଣିଜ୍ୟ ରାଜଧାନୀ ମୁମ୍ବାଇ ବି ସେଦିନ ଥିଲା ଚଳଚଞ୍ଚଳ।  ନିଜ ନିଜ କାମରେ ବ୍ୟସ୍ତ ଥିଲେ ସମସ୍ତେ।  ଦେଶର ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ ଯେ ଘଟିବାକୁ ଯାଉଛି ତାହା କେହି ବି କଳ୍ପନା କରି ନ ଥିଲେ।  ଚାହୁଁଚାହୁଁ ଭିଡ଼ ଭିତରେ ଶୁଣାଯାଇଥିଲା ଚିତ୍କାରା।  କେହି କିଛି ବୁଝିବା ପୂର୍ବରୁ ଆରମ୍ଭ ହୋଇଥିଲା ଗୁଳିମାଡ଼। ନିରୀହଙ୍କ ଉପରକୁ ଅନବରତ ଗୁଳି ଚଲାଇଥିଲେ ଆତଙ୍କୀ ରକ୍ତରଞ୍ଜିତ ହୋଇଥିଲା ମୁମ୍ବାଇ।  ସମୁଦ୍ର ରାସ୍ତା ଦେଇ ମୁମ୍ବାଇକୁ ପଶିଥିବା ୧୦ ପାକିସ୍ତାନୀ ଆତଙ୍କବାଦୀ ୬୦ ଘଣ୍ଟା ଧରି ଚଳାଇଥିଲେ ସଂହାରଲୀଳା।  ଯେଉଁଥିରେ ୧୬୪ ଜଣ ପ୍ରାଣ ହରାଇଥିଲେ।  ଆହତ ହୋଇଥିଲେ ୩ଶହରୁ ଅଧିକ। ସେନାର ଦୃଢ଼ କାର୍ଯ୍ୟାନୁଷ୍ଠାନରେ ୯ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଅଜମଲ୍ କସାବ ଜୀଅନ୍ତା ଧରାପଡ଼ିଥିଲା।  ୯ ବର୍ଷ ତଳର ସେହି କଳାରାତିକୁ ଭୁଲି ପାରିନାହାନ୍ତି ପ୍ରତ୍ୟକ୍ଷଦର୍ଶୀ।  ଆତ୍ମୀୟ ସ୍ୱଜନଙ୍କୁ ହରାଇଥିବା ପରିବାର ‌ଆଜି ବି ସେମାନଙ୍କୁ ଝୁରି ହେଉଛନ୍ତି। ୯ ବର୍ଷ ପରେ ଘଟଣାର ସ୍ମୃତି ଚାରଣ କରିଛି ସାରା ଦେଶା।  ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କର୍ଯ୍ୟକ୍ରମ ଆୟୋଜନ ହୋଇଛି।  ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ବିଦ୍ୟା ସାଗର ରାଓ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ।

ସବୁଠୁ ବଡ଼ ପ୍ରଶ୍ନ ହେଉଛି ଏହି ଆକ୍ରମଣରୁ ଦେଶ କ’ଣ ଶିକ୍ଷା ଲାଭ କଲା।  କାରଣ ପ୍ରଥମ ଥର ପାଇଁ ଆତଙ୍କବାଦୀମାନେ ଜଳପଥରେ ଦେଶରେ ପ୍ରବେଶ କରିଥିଲେ।  ପଦାରେ ପଡ଼ିଥିଲା ସରକାରଙ୍କ ଉପକୂଳ ସୁରକ୍ଷା ବ୍ୟବସ୍ଥା । ଏହା ଭିତରେ ସରକାର ଅନେକ ପଦକ୍ଷେପ ନେଇଛନ୍ତି । କିନ୍ତୁ ତାହା ବି ଯଥେଷ୍ଟ ନୁହେଁ । ୭ ହଜାର ଲମ୍ବ ସମୁଦ୍ର ତଟକୁ ଆବଶ୍ୟକ ସୁରକ୍ଷା ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟର ସମୁଦ୍ରତଟ ବି ମୁକୁଳା ହୋଇ ପଡ଼ିଛି।  ଅଧିକ ମେରାଇନ୍ ଥାନାର ଆବଶ୍ୟକତା ରହିଛି । ପାଟ୍ରୋଲିଂ ପାଇଁ ଉନ୍ନତ ଜ୍ଞାନକୌଶଳର ଅଭାବ ଥିବା ସୁରକ୍ଷା ବିଶେଷଜ୍ଞମାନେ ସ୍ୱୀକାର କରିଛନ୍ତି।

Related story