ହଠାତ୍‌ ଇସ୍ତଫା ଦେଲେ ଚାଇନାର ୯୦ରୁ ଅଧିକ ନ୍ୟୁକ୍ଲିୟର ବୈଜ୍ଞାନିକ

ବେଜିଂ: ଚାଇନାର ୯୦ରୁ ଅଧିକ ନ୍ୟୁକ୍ଲିୟର ବା ଆଣବିକ ସିକ୍ୟୁରିଟି ବୈଜ୍ଞାନିକ ହଠାତ୍‌ ଇସ୍ତଫା ଦେବା ପୂରା ଦେଶ ତଥା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଏମାନେ ସମସ୍ତେ ଚାଇନିଜ୍‌ ଏକାଡେମୀ ଅଫ ସାଇନ୍ସ ଅଧୀନରେ କାମ କରୁଥିଲେ। ବୈଜ୍ଞାନିକଙ୍କ ଇସ୍ତଫାକୁ ଚାଇନା ସରକାର ଗୁରୁତର ସହ ନେଇଛନ୍ତି। ଏଥିପାଇଁ ଚାଇନା କ୍ୟାବିନେଟ ଘଟଣାର ତଦନ୍ତ ପାଇଁ ଗୋଟିଏ ଟିମ ଗଠନ କରିଛନ୍ତି। ଏହି ଟିମ୍‌ ଅନ୍ୟ ସରକାରୀ ତଦନ୍ତକାରୀ ସଂସ୍ଥାଙ୍କ ସହ ମିଶି ଘଟଣାର ଯାଞ୍ଚ […]

i

Hemant Lenka
  • Published: Saturday, 25 July 2020
  • , Updated: 25 July 2020, 12:48 PM IST

ବେଜିଂ: ଚାଇନାର ୯୦ରୁ ଅଧିକ ନ୍ୟୁକ୍ଲିୟର ବା ଆଣବିକ ସିକ୍ୟୁରିଟି ବୈଜ୍ଞାନିକ ହଠାତ୍‌ ଇସ୍ତଫା ଦେବା ପୂରା ଦେଶ ତଥା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଏମାନେ ସମସ୍ତେ ଚାଇନିଜ୍‌ ଏକାଡେମୀ ଅଫ ସାଇନ୍ସ ଅଧୀନରେ କାମ କରୁଥିଲେ। ବୈଜ୍ଞାନିକଙ୍କ ଇସ୍ତଫାକୁ ଚାଇନା ସରକାର ଗୁରୁତର ସହ ନେଇଛନ୍ତି। ଏଥିପାଇଁ ଚାଇନା କ୍ୟାବିନେଟ ଘଟଣାର ତଦନ୍ତ ପାଇଁ ଗୋଟିଏ ଟିମ ଗଠନ କରିଛନ୍ତି। ଏହି ଟିମ୍‌ ଅନ୍ୟ ସରକାରୀ ତଦନ୍ତକାରୀ ସଂସ୍ଥାଙ୍କ ସହ ମିଶି ଘଟଣାର ଯାଞ୍ଚ କରିବ।

ତଦନ୍ତକାରୀ ଟିମ୍‌ରେ କାଉନସିଲ ଜେନେରାଲ ଅଫିସ, ସାଇନ୍ସ ଓ ଟେକ୍ନୋଲଜି ବିଭାଗ, ସିଏଏସ୍‌ ଓ ଅନ୍ୟ ବିଭାଗର ସଦସ୍ୟମାନେ ରହିଛନ୍ତି। ଏବେ ଏହି ଟିମ୍‌ ଅନହୁ ପ୍ରଦେଶରେ ଥିବା ହେଫେଇ ଯାଇ ଇସ୍ତଫାର କାରଣ ଖୋଜିବ।

ପ୍ରଶାସନର ଅଯଥା ହସ୍ତକ୍ଷେପ, କର୍ମଚାରୀଙ୍କ କିଣାବିକା ଓ ଉପଯୁକ୍ତ ଆର୍ଥିକ ସହାୟତା ନ ମିଳିବାରୁ ଏକାଡେମୀ ଅଧୀନରେ ଥିବା Nuclear Energy Safety Technologyରେ କାମ କରୁଥିବା ୯୦ରୁ ଅଧିକ ବୈଜ୍ଞାନିକମାନେ ଇସ୍ତଫା ଦେଇଥିବା କୁହାଯାଉଛି। ତେବେ ବୈଜ୍ଞାନିକମାନେ ଏ ସମ୍ପର୍କରେ ଆଦୌ ମୁହଁ ଖୋଲି ନାହାନ୍ତି।

ଇନଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି ଯେ ବୈଜ୍ଞାନିକମାନେ ସ୍ୱଇଚ୍ଛାରେ ଓ ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଛନ୍ତି। ନ୍ୟୁକ୍ଲିୟର ସେଫ୍ଟି ଟେକ୍ନୋଲଜି ଉତ୍ପାଦ ଉପରେ ଅଧିକ ପୁଞ୍ଜି ନିବେଶ କରୁଥିବା ଘରୋଇ କମ୍ପାନୀଗୁଡ଼ିକୁ ଯିବା ପାଇଁ ବୈଜ୍ଞାନିକମାନେ ଏଭଳି ପଦକ୍ଷେପ ନେଇଛନ୍ତି। ୨୦୧୧ରୁ ଆଣବିକ ଅସ୍ତ୍ରଶସ୍ତ୍ରର ସୁରକ୍ଷା ପାଇଁ ବ୍ୟବହୃତ ଟେକ୍ନୋଲଜି ଉପରେ ଏହି ଇନଷ୍ଟିଚ୍ୟୁଟ ଗବେଷଣା କରୁଛି। ଏହାକୁ ଅଧିକ ବିକଶିତ କରିବା ଏହି ଇନଷ୍ଟିଚ୍ୟୁଟର ଲକ୍ଷ୍ୟ।

Related story