୯୦୦ ଗ୍ୟାସ୍ ସିଲିଣ୍ଡରରେ ବିସ୍ଫୋରଣ

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିକ୍କାବାଲ୍ଲାପୁରା ଜିଲ୍ଲାରେ ଗତକାଲି ରାତିରେ ଦୁଇଟି ଟ୍ରକରେ ରଖାଯାଇଥିବା ୯୦୦ରୁ ଅଧିକ ଗ୍ୟାସ୍ ସିଲିଣ୍ଡରରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଯୋଗୁଁ ବହୁତ ଜୋରରେ ନିଆଁ ଲାଗିଯାଇଥିଲା। ଏଥିରେ ଦୁଇଟି ଟ୍ରକ୍ ଓ ଗୋଟିଏ ବୋଲେରୋ ଜଳି ଯାଇଛି। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି। ଟ୍ରକ୍ ବ୍ୟାଟେରିରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗି ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି। ବିସ୍ଫୋରଣ ଖବର ପାଇବା ମାତ୍ରେ ଦମକଳ ବାହିନୀ ସେଠାରେ ପହଞ୍ଚି ଥିଲେ ଓ […]

dalbir

Rakesh Mallick
  • Published: Monday, 26 December 2016
  • , Updated: 26 December 2016, 10:11 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିକ୍କାବାଲ୍ଲାପୁରା ଜିଲ୍ଲାରେ ଗତକାଲି ରାତିରେ ଦୁଇଟି ଟ୍ରକରେ ରଖାଯାଇଥିବା ୯୦୦ରୁ ଅଧିକ ଗ୍ୟାସ୍ ସିଲିଣ୍ଡରରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଯୋଗୁଁ ବହୁତ ଜୋରରେ ନିଆଁ ଲାଗିଯାଇଥିଲା। ଏଥିରେ ଦୁଇଟି ଟ୍ରକ୍ ଓ ଗୋଟିଏ ବୋଲେରୋ ଜଳି ଯାଇଛି। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି।

ଟ୍ରକ୍ ବ୍ୟାଟେରିରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗି ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି।

ବିସ୍ଫୋରଣ ଖବର ପାଇବା ମାତ୍ରେ ଦମକଳ ବାହିନୀ ସେଠାରେ ପହଞ୍ଚି ଥିଲେ ଓ ନିଆଁକୁ ଆୟତ କରିଥିଲେ।

ପୋଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

Related story