ସଂଯୋଗର ଦିନ ୯/୧୧ : ଦିନେ ଶୁଭିଥିଲା ଶାନ୍ତିର ବାର୍ତ୍ତା, ଦିନେ ଜଳି ଥିଲା ନିଆଁ

ନୂଆଦିଲ୍ଲୀ:ଆଜି ହେଉଛି ୯/୧୧।  ଏହି ତାରିଖଟି  କେବଳ ଆମେରିକା ନୁହଁ ସାରା ବିଶ୍ୱବାସୀଙ୍କ ପାଇଁ ଏକ ଅଭୁଲା ଦିନ। କାରଣ ଆଜିର ଦିନରେ ଆମେରିକାର ୱାର୍ଲ୍ଡ ଟ୍ରେଡ ସେଣ୍ଟର ଉପରେ କୁଖ୍ୟାତ ଆତଙ୍କବାଦୀ ବିନ୍‌ ଲାଡେନ ଭୟଙ୍କର ଆକ୍ରମଣ କରିଥିଲା। ଯାହା ସମଗ୍ର ଦୁନିଆକୁ ଦୋହଲାଇ ଦେଇଥିଲା।  ତେବେ ଏହି ତାରିଖଟି ଭାରତ ପାଇଁ ଏକ ଅପୂର୍ବ ସଂଯୋଗ ବୋଲି ମୋଦି କହିଛନ୍ତି।  ଆତଙ୍କବାଦୀଙ୍କ ଆକ୍ରମଣ ଦୃଷ୍ଟିରୁ ଏହି ଦିନଟି ଆମେରିକା ପାଇଁ  କାଳଦିନ ହୋଇଥିବା ବେଳେ […]

Rakesh Mallick
  • Published: Monday, 11 September 2017
  • , Updated: 11 September 2017, 06:21 PM IST

ନୂଆଦିଲ୍ଲୀ:ଆଜି ହେଉଛି ୯/୧୧।  ଏହି ତାରିଖଟି  କେବଳ ଆମେରିକା ନୁହଁ ସାରା ବିଶ୍ୱବାସୀଙ୍କ ପାଇଁ ଏକ ଅଭୁଲା ଦିନ। କାରଣ ଆଜିର ଦିନରେ ଆମେରିକାର ୱାର୍ଲ୍ଡ ଟ୍ରେଡ ସେଣ୍ଟର ଉପରେ କୁଖ୍ୟାତ ଆତଙ୍କବାଦୀ ବିନ୍‌ ଲାଡେନ ଭୟଙ୍କର ଆକ୍ରମଣ କରିଥିଲା। ଯାହା ସମଗ୍ର ଦୁନିଆକୁ ଦୋହଲାଇ ଦେଇଥିଲା।  ତେବେ ଏହି ତାରିଖଟି ଭାରତ ପାଇଁ ଏକ ଅପୂର୍ବ ସଂଯୋଗ ବୋଲି ମୋଦି କହିଛନ୍ତି।  ଆତଙ୍କବାଦୀଙ୍କ ଆକ୍ରମଣ ଦୃଷ୍ଟିରୁ ଏହି ଦିନଟି ଆମେରିକା ପାଇଁ  କାଳଦିନ ହୋଇଥିବା ବେଳେ ଭାରତ ପାଇଁ ଆଧ୍ୟାତ୍ମିକ ଏବଂ ଅହିଁସା ଦୃଷ୍ଟିରୁ ମଧ୍ୟ  ଖୁବ୍‌ ମହତ୍ୱପୂର୍ଣ୍ଣ ମନେ ହୁଏ।

୨୦୧୧ ସେପ୍ଟେମ୍ବର ୯ ତାରିଖରେ ଆଜିର ଦିନରେ ଆତଙ୍କବାଦୀମାନେ ଆମେରିକା ମାଟିରେ  ରକ୍ତର ହୋଲି ଖେଳିଥିଲେ। ସେହି ମାଟିରେ ୧୮୯୩ ସେପ୍ଟେମ୍ବର ୧୧ ତାରିଖରେ ବିଶିଷ୍ଟ ଚିନ୍ତାନାୟକ ତଥା ମହା ଯୋଗୀ ସ୍ୱାମୀ ବିବେକାନନ୍ଦ ସେହି ମାଟିରେ ସିକାଗୋରେ  ରକ୍ତ ସମ୍ପର୍କର ବାର୍ତ୍ତାବାଣ୍ଟି ଥିଲେ।  ଆଜିକୁ ୧୨୫ ବର୍ଷ ତଳେ ସ୍ୱାମୀ ବିବେକାନନ୍ଦ ଆମେରିକାର ସିକାଗୋରେ ଦେଇଥିବା ଭାଷଣ ଚୀର ସ୍ମରଣୀୟ ହୋଇ ରହିବ । ଏହିପରିପ୍ରେକ୍ଷୀରେ ଆଜି  ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀର ଏକ କନଭେନସନ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଏହି ଦିନ ସ୍ୱାମୀ ବିବେକାନନ୍ଦ ପ୍ରେମ ଏବଂ ଭାଇଚାରାର ସନ୍ଦେସ ବାଣ୍ଟିଥିଲେ। ସେ କହିଥିଲେ, ବିବେକାନନ୍ଦ ହେଉଛନ୍ତି ଆମ ସମସ୍ତଙ୍କର ପ୍ରେରଣାର ଉତ୍ସ।  ବିଶେଷ କରି ଆଜିର ଦିନରେ ସେ ଯୁବପୀଢୀଙ୍କ ପାଇଁ ରୋଲ ମଡେଲ ବୋଲି ସେ କହିଛନ୍ତି। ବିବେକାନନ୍ଦ ପ୍ରଚାର ପ୍ରିୟ ନ ଥିଲେ। ତାଙ୍କ ମତରେ କେବଳ ପୂଜାପାଠ ଦ୍ୱାରା ଇଶ୍ୱରଙ୍କ ଦିବ୍ୟସତ୍ତାର ଅନୁଭବ କରିହେବ ନାହିଁ। ତାହା କେବଳ ଜନସେବାରେ ହିଁ ଅନୁଭବ କରିହେବ।

ସେହିପରି ବିବେକାନନ୍ଦ ଭାରତକୁ ନେଇ ଆଉ ଏକ ସ୍ୱପ୍ନ ଦେଖିଥିଲେ । ତହା ଥିଲା ନିର୍ମଳ ଭାରତ। ଦୁର୍ନୀତି, ଭ୍ରଷ୍ଟାଚାର, ଛୁଆଁ ଅଛୁଆଁ  ଏବଂ ଜାତିଭେଦର ବଳୟରୁ ବାହାରି  ଭାରତ ସବୁ ଦିଗରୁ ନିର୍ମଳ ହେଉ ବୋଲି  ତାଙ୍କର ଲକ୍ଷ୍ୟ ଥିଲା । ଏହି ଉଦାହାରଣ ଦେବା ବେଳେ ମୋଦି ତାଙ୍କର ସ୍ୱଚ୍ଛ ଭାରତ ମିଶନକୁ ଯୋଡ଼ି ଦେଇଥିଲେ। କହିଥିଲେ ଭାରତରେ ପ୍ରଥମେ ଶୌଚାଳୟ ହେବା ଦରକାର। ଦେବାଳୟ ନୁହେଁ। ପ୍ରଥମେ ଟଏଲଟ ପରେ ଟେମ୍ପୁଲ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଛାତ୍ର ସମ୍ମିଳନୀରେ ଯୋଗ ଦେଇ ମୋଦି କହିଛନ୍ତି ଯେ,  ୨୦୦୧ ପରେ ନାଇନ୍-ଇଲେଭେନ୍ ସମ୍ପର୍କରେ ଚର୍ଚ୍ଚା ହେଲା  କିନ୍ତୁ ୧୮୯୩ ନାଇନ୍-ଇଲେଭେନ୍ ପ୍ରେମ, ସଦ୍ଭାବନା ଏବଂ ଭାଇଚାରା ସମ୍ପର୍କରେ ଆଲୋଚନା ହେଲା ନାହିଁ। ଆଜକୁ ୧୨୫ ବର୍ଷ ତଳେ ଭାରତରୁ ଜଣେ ଯୁବକ ବିଦେଶକୁ ଯାଇ ନିଜ ଅଭିଭାଷଣରେ ସାରା ବିଶ୍ୱର ହୃଦୟ ଜିତି ପାରିଥିଲେ । ସାରା ବିଶ୍ୱକୁ ଐକ୍ୟ ଶକ୍ତି ସହ ପରିଚିତ କରାଇଥିଲେ  ସେ।  ଦେଶ ବାହାରେ ଭାରତର ମହାନତା ପ୍ରଦର୍ଶିତ କରୁଥିବା ବେଳେ ଦେଶ ଭିତରେ ଆମର ସମସ୍ୟା ଓ ସାମାଜିକ କୁସଂସ୍କାର ସମ୍ପର୍କରେ କହୁଥିଲେ।  ଜ୍ଞାନ ଓ ଦକ୍ଷତା ଉଭୟ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୋଦି ।  ସେହିପରି ମୋଦି କହିଛନ୍ତି ଯେ “ଯେଉଁ ଲୋକ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ଅଛନ୍ତି, ସେମାନଙ୍କର ବନ୍ଦେ ମାତରମ ନାରା ଦେବାର କୌଣସି ଅଧିକାର ନାହିଁ।

Related story