#MeToo:ଆକବରଙ୍କ ପାଇଁ ଲଢ଼ିବେ ୯୭ ଓକିଲ !

ନୂଆଦିଲ୍ଲୀ: ଜଣେ ମହିଳା ସାମ୍ବାଦିକଙ୍କ ବିରୋଧରେ ମାମଲା ଲଢ଼ିବା ପାଇଁ କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍‌ଜେ ଆକବର ୯୭ ଜଣ ଓକିଲଙ୍କୁ ଦାୟିତ୍ୱ ଦେଇଛନ୍ତି। ସାମ୍ବାଦିକ ପ୍ରିୟା ରମାନୀ କେନ୍ଦ୍ରମନ୍ତ୍ରୀ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଗତକାଲି ଆକବର ଏହି ଅଭିଯୋଗକୁ ଅମୂଳକ ବୋଲି କହିବା ସହ ପ୍ରିୟାଙ୍କ ନାଁରେ ମାନହାନି କେସ୍‌ କରିଛନ୍ତି। ଏବେ ଏହି କେସ୍‌କୁ ଲଢ଼ିବା ପାଇଁ ଆକବର ୯୭ ଜଣ ଓକିଲ ସଦସ୍ୟ ଥିବା ଏକ ଆଇନ ଫାର୍ମକୁ […]

a2

Hemant Lenka
  • Published: Tuesday, 16 October 2018
  • , Updated: 16 October 2018, 04:08 PM IST

ନୂଆଦିଲ୍ଲୀ: ଜଣେ ମହିଳା ସାମ୍ବାଦିକଙ୍କ ବିରୋଧରେ ମାମଲା ଲଢ଼ିବା ପାଇଁ କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍‌ଜେ ଆକବର ୯୭ ଜଣ ଓକିଲଙ୍କୁ ଦାୟିତ୍ୱ ଦେଇଛନ୍ତି।

ସାମ୍ବାଦିକ ପ୍ରିୟା ରମାନୀ କେନ୍ଦ୍ରମନ୍ତ୍ରୀ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଗତକାଲି ଆକବର ଏହି ଅଭିଯୋଗକୁ ଅମୂଳକ ବୋଲି କହିବା ସହ ପ୍ରିୟାଙ୍କ ନାଁରେ ମାନହାନି କେସ୍‌ କରିଛନ୍ତି।

ଏବେ ଏହି କେସ୍‌କୁ ଲଢ଼ିବା ପାଇଁ ଆକବର ୯୭ ଜଣ ଓକିଲ ସଦସ୍ୟ ଥିବା ଏକ ଆଇନ ଫାର୍ମକୁ ଦାୟିତ୍ୱ ଦେଇଛନ୍ତି।

[caption id="attachment_288908" align="aligncenter" width="863"] କେନ୍ଦ୍ରମନ୍ତ୍ରୀ ଆକବର ଓ ରମାନି[/caption]

କରଞ୍ଜୱାଲା ଆଣ୍ଡ କୋ'ର ୯୭ ଜଣ ଓକିଲ ଆକବର ଦାଖଲ କରିଥିବା ଓକିଲାତିନାମାକୁ ପରିଚାଳନା କରିବେ। ଏତେ ସଂଖ୍ୟକ ଓକିଲ କେମିତି ଜଣେ ବ୍ୟକ୍ତିଙ୍କ ପକ୍ଷରୁ ମାମଲା ଲଢ଼ିବେ ତାକୁ ନେଇ ପ୍ରଶ୍ନ ଉଠିଛି।

ତେବେ ଏସଂକ୍ରାନ୍ତରେ କରଞ୍ଜୱାଲା ଆଣ୍ଡ କୋ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏହି ଲ’ ଫାର୍ମ ପକ୍ଷରୁ କୁହାଯାଇଛି ଯେ, ୯୭ ଓକିଲଙ୍କ ନାଁ ରହିଥିଲେ ହେଁ କୋର୍ଟରେ ମାତ୍ର ୬ ଜଣ ଓକିଲ ଆକବରଙ୍କ ପାଇଁ ମାମଲା ପରିଚାଳନା କରିବେ। ଏହି ୬ ଜଣ ଓକିଲ ହିଁ ଆକବରଙ୍କ ଓକିଲାତିନାମାରେ ଦସ୍ତଖତ କରିଛନ୍ତି ବୋଲି କୁହାଯାଇଛି।

ଆକବର ଗତକାଲି ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ପ୍ରିୟାଙ୍କ ବିରୋଧରେ କ୍ରିମିନାଲ୍‌ ଡିଫାମେସନ୍‌ ବା ଅପରାଧିକ ମାନହାନି ମାମଲା ରୁଜୁ କରିଛନ୍ତି। କୋର୍ଟ ଆସନ୍ତା ୧୮ ତାରିଖରେ ମାମଲାର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି।

ଭାରତୀୟ ପିଙ୍ଗଳ କୋଡ୍‌ ସେକ୍ସନ୍‌ ୫୦୦ ଅନୁଯାୟୀ, ଯଦି ମାନହାନି ମାମଲାରେ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତା’ହେଲେ ତାଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡ ଓ ଜୋରିମାନା ଦେବାକୁ ପଡ଼ିବ।

କେବଳ ପ୍ରିୟା ନୁହେଁ ଅନ୍ୟ ୧୪ ଜଣ ମହିଳା ମଧ୍ୟ ଆକବରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ଏହି ମହିଳାମାନେ ଆକବରଙ୍କ ଅଧୀନରେ ସାମ୍ବାଦିକତା କରୁଥିବା ବେଳେ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଥିଲେ।

Related story