କୋଭିଡ ଯୁଦ୍ଧରେ ଜିତିଲେ ୯୮ ଆକ୍ରାନ୍ତ, କରତାଳି ଦେଇ ବିଦାୟ ଜଣାଇଲେ ଷ୍ଟାଫ୍‌

ଭୋପାଲ: କୋଭିଡ ଯୁଦ୍ଧରେ ଜିତିଲେ ୯୮ ଜଣ ଆକ୍ରାନ୍ତ।  ମେଡିକାଲରୁ ଡିସଚାର୍ଜ ହେବା ବେଳେ ସେମାନଙ୍କୁ କରତାଳି ଦେଇ ବିଦାୟ ଜଣାଇଲେ ଓ ଉତ୍ସାହିତ କଲେ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ଷ୍ଟାଫ୍ । ଏମିତି ଚିତ୍ର ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଇନ୍ଦୋର ସହରରେ । ମଧ୍ୟପ୍ରଦେଶର ଏକ କୋଭିଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ୯୮ଜଣ ସଂକ୍ରମିତଙ୍କ ସ୍ୱାବ ରିପୋର୍ଟ ଦୁଇ ଥର ନେଗେଟିଭ୍ ଆସିବା ପରେ ମେଡିକାଲ ପକ୍ଷରୁ ସେମାନଙ୍କୁ ଡିସଚାର୍ଜ କରାଯାଇଛି । ସେପଟେ […]

corona-2--1

Niharika Rout
  • Published: Tuesday, 05 May 2020
  • , Updated: 05 May 2020, 12:48 PM IST

ଭୋପାଲ: କୋଭିଡ ଯୁଦ୍ଧରେ ଜିତିଲେ ୯୮ ଜଣ ଆକ୍ରାନ୍ତ।  ମେଡିକାଲରୁ ଡିସଚାର୍ଜ ହେବା ବେଳେ ସେମାନଙ୍କୁ କରତାଳି ଦେଇ ବିଦାୟ ଜଣାଇଲେ ଓ ଉତ୍ସାହିତ କଲେ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ଷ୍ଟାଫ୍ । ଏମିତି ଚିତ୍ର ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଇନ୍ଦୋର ସହରରେ ।

ମଧ୍ୟପ୍ରଦେଶର ଏକ କୋଭିଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ୯୮ଜଣ ସଂକ୍ରମିତଙ୍କ ସ୍ୱାବ ରିପୋର୍ଟ ଦୁଇ ଥର ନେଗେଟିଭ୍ ଆସିବା ପରେ ମେଡିକାଲ ପକ୍ଷରୁ ସେମାନଙ୍କୁ ଡିସଚାର୍ଜ କରାଯାଇଛି । ସେପଟେ ଏହି ରହଣୀ ମଧ୍ୟରେ ରୋଗୀ ଏବଂ ଡାକ୍ତରଙ୍କ ମଧ୍ୟରେ ମଧ୍ୟ ସମ୍ପର୍କ ଅଧିକ ନିବିଡ଼ ହୋଇଯାଇଛି। ଯାହାକୁ ଖୋଦ ଆକ୍ରାନ୍ତମାନେ ବଖାଣିଛନ୍ତି।

ସୂଚନାଯୋଗ୍ୟ, ଏବେ ସୁଦ୍ଧା ସମଗ୍ର ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ହଜାର ୪୩୩ରେ ପହଞ୍ଚିଛି । ଏହା ଭିତରୁ ଆକ୍ଟିଭ କେସ୍‌ ସଂଖ୍ୟା ରହିଛି ୩୨ ହଜାର ୧୩୮ । ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ହଜାର ୭୨୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୫୬୮କୁ ବଢ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୩ ହଜାର ୯ଶହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯୫ ଜଣଙ୍କ ମୃତ୍ୟୁ ହୋଇଛି।

Related story