ପିପିଇ କିଟ୍‌ରେ ପଡ଼ିଲା ହାତଗଣ୍ଠି, ବିବାହ ପରେ ସମସ୍ତେ ହୋମ୍ ଆଇସୋଲେସନ୍‌ରେ

ଭୋପାଲ: ‍ବିବାହ ପାଇଁ ସଜା ହେଲା ବେଦୀ। ବ୍ରାହ୍ନଣ, ବନ୍ଧୁ ପରିଜନ ସମସ୍ତେ ଉପସ୍ଥିତ ଥିଲେ। ମନ୍ତ୍ର ଉଚ୍ଚାରଣ ହେଲା, ହାତଗଣ୍ଠି ବି ପଡ଼ିଲା। ହେଲେ ନିଜ ଜୀବନର ଗୁରୁତ୍ୱପୂର୍ଣ୍ଣ ଦିନରେ ବରକନ୍ୟାଙ୍କ ବେଶ ପରିପାଟି, ସାଜସଜ୍ଜାରେ ନ ଥିଲା କୌଣସି ନୂତନତ୍ୱ। କାରଣ ବରକନ୍ୟା ପିପିଇ କିଟ୍‌ ପିନ୍ଧି ନିଆଁକୁ ସାକ୍ଷୀ ରଖି ପରସ୍ପରକୁ ସାତ ଜନ୍ମର ସାକ୍ଷୀ ରଖିଲେ। । ଏପରି କିଛି ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରତଲାମରେ । ଏହା […]

marriage-in ppe kit

Niharika Rout
  • Published: Tuesday, 27 April 2021
  • , Updated: 27 April 2021, 11:10 AM IST

ଭୋପାଲ: ‍ବିବାହ ପାଇଁ ସଜା ହେଲା ବେଦୀ। ବ୍ରାହ୍ନଣ, ବନ୍ଧୁ ପରିଜନ ସମସ୍ତେ ଉପସ୍ଥିତ ଥିଲେ। ମନ୍ତ୍ର ଉଚ୍ଚାରଣ ହେଲା, ହାତଗଣ୍ଠି ବି ପଡ଼ିଲା। ହେଲେ ନିଜ ଜୀବନର ଗୁରୁତ୍ୱପୂର୍ଣ୍ଣ ଦିନରେ ବରକନ୍ୟାଙ୍କ ବେଶ ପରିପାଟି, ସାଜସଜ୍ଜାରେ ନ ଥିଲା କୌଣସି ନୂତନତ୍ୱ। କାରଣ ବରକନ୍ୟା ପିପିଇ କିଟ୍‌ ପିନ୍ଧି ନିଆଁକୁ ସାକ୍ଷୀ ରଖି ପରସ୍ପରକୁ ସାତ ଜନ୍ମର ସାକ୍ଷୀ ରଖିଲେ। । ଏପରି କିଛି ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରତଲାମରେ ।

ଏହା ପଛର କାରଣ ବି ବେଶ୍‌ ରୋଚକ। କାରଣ ବିବାହର ଦିନକ ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ ବର । ତେବେ ସମସ୍ତ ଆୟୋଜନ ସରିଥିବାରୁ ବିବାହକୁ ନ ଘୁଞ୍ଚାଇ ପିପିଇ ପିନ୍ଧି ପରସ୍ପର ବେକରେ ବରଣମାଳା ପକାଇଥିଲେ ବର ଓ କନ୍ୟା।

ବିବାହ କାର୍ଯ୍ୟକ୍ରମରେ ବହୁ କମ୍‌ ସଂଖ୍ୟକ ବ୍ୟକ୍ତି ଯୋଗ ଦେଇଥିଲେ । ଆଉ ସମସ୍ତେ ପିନ୍ଧିଥିଲେ ପିପିଇ କିଟ୍ । ଯେପରି ହିନ୍ଦୁ ରୀତିନୀତିରେ ବିବାହ ହୋଇଥାଏ ସେହିଭଳି ହିଁ ସମସ୍ତ ନୀତିକାନ୍ତି ସରିଥିଲା ବିବାହ । ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ତତ୍ତ୍ୱାବଧାନରେ ହୋଇଥିଲା ବିବାହ ।ବିବାହ ପରେ ବରଙ୍କ ସମେତ ଅନ୍ୟ ସମସ୍ତ ଅଧିକାରୀ ହୋମ୍ ଆଇସୋଲେସନ୍‌କୁ ଯାଇଛନ୍ତି ।

Related story