ନିର୍ଦ୍ଦୟ ମଣିଷ! କାମ ସରିଗଲା ପରେ ପୋଷା କୁକୁରକୁ କାର୍‌ ଚଢ଼ାଇ ହତ୍ୟା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କେମିତି ଜଣେ ମଣିଷ ଏତେ ନିର୍ଦ୍ଦୟ ହୋଇପାରିବ? ଆପଣମାନେ ଏହି ଭିଡିଓ ଦେଖିବା ପରେ ନିଶ୍ଚିତ ଏମିତି ପ୍ରଶ୍ନ ପଚାରିବେ। ଜଣେ ବ୍ୟକ୍ତି କାର୍‌ରେ ନିଜ ପୋଷା କୁକୁରକୁ ଆଣି ରାସ୍ତା ମଝିରେ ଶୁଆଇ ଦେଉଛନ୍ତି। ଏହାପରେ କାର୍‌କୁ ଷ୍ଟାର୍ଟ କରି ସେହି କୁକୁରଟି ଉପରେ ଚଢ଼ାଇ ଦେଉଛନ୍ତି। ଭିଡିଓ ଦେଖିବା ପରେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ଘଟଣା ପରେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଯନ୍ତ୍ରଣାରେ ଛଟପଟ ହେଉଥିବା କୁକୁରଟି […]

u

Hemant Lenka
  • Published: Tuesday, 18 August 2020
  • , Updated: 18 August 2020, 02:35 PM IST

ନୂଆଦିଲ୍ଲୀ: କେମିତି ଜଣେ ମଣିଷ ଏତେ ନିର୍ଦ୍ଦୟ ହୋଇପାରିବ? ଆପଣମାନେ ଏହି ଭିଡିଓ ଦେଖିବା ପରେ ନିଶ୍ଚିତ ଏମିତି ପ୍ରଶ୍ନ ପଚାରିବେ। ଜଣେ ବ୍ୟକ୍ତି କାର୍‌ରେ ନିଜ ପୋଷା କୁକୁରକୁ ଆଣି ରାସ୍ତା ମଝିରେ ଶୁଆଇ ଦେଉଛନ୍ତି। ଏହାପରେ କାର୍‌କୁ ଷ୍ଟାର୍ଟ କରି ସେହି କୁକୁରଟି ଉପରେ ଚଢ଼ାଇ ଦେଉଛନ୍ତି। ଭିଡିଓ ଦେଖିବା ପରେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ଘଟଣା ପରେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି।

ଯନ୍ତ୍ରଣାରେ ଛଟପଟ ହେଉଥିବା କୁକୁରଟି ଶେଷରେ ପ୍ରାଣ ହରାଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି। ବିଜେପି ସାଂସଦ ମାନେକା ଗାନ୍ଧି ଆଜି ଗୋଟିଏ ଭିଡିଓ ପୋଷ୍ଟ କରି ଏହି ହୃଦୟ ବିଦାରକ ଘଟଣା ସମ୍ପର୍କରେ ଦେଶକୁ ସୂଚନା ଦେଇଛନ୍ତି।


ସେ ଏହି ଘଟଣାର ସିସିଟିଭି ଫୁଟେଜକୁ ଟ୍ୱିଟ କରିବା ସହ ଲେଖିଛନ୍ତି ଯେ ଘଟଣାଟି ପଞ୍ଜାବର କପୁରଥାଲା ଅଞ୍ଚଳର। ବ୍ୟକ୍ତି ଜଣଙ୍କ ଡାଣ୍ଡୁପୁର ଗାଁର ଗୁରିନ୍ଦର ସିଂହ। ତାଙ୍କ ବାପାଙ୍କ ନାଁ ହରବଂଶ ସିଂହ। ଗୁରିନ୍ଦର କୁକୁରମାନଙ୍କୁ ପାଳି ଥାଆନ୍ତି। ଏହି କୁକୁରମାନଙ୍କୁ ସେ ବ୍ରିଡିଂ ଓ କମ୍ବାଟିଂ ପାଇଁ ବିକ୍ରି ମଧ୍ୟ କରନ୍ତି। ଏବେ ଉକ୍ତ କୁକୁରଟିର ବୟସ ଅଧିକ ହୋଇ ଯାଇଛି। ତେଣୁ ସେ କୌଣସି କାମରେ ନ ଆସିବାରୁ ତା’ ସହ ଗୁରିନ୍ଦର ଏମିତି କାମ କରିଛନ୍ତି। ସେ କୁକୁରଟିରୁ ରାସ୍ତାରେ ପକାଇ ତା’ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି। ଯନ୍ତ୍ରଣାର ୩୦ ମିନିଟ୍‌ ପରେ କୁକୁରଟିର ମୃତ୍ୟୁ ଘଟିଛି ବୋଲି ସେ ସୂଚନା ଦେଇଛନ୍ତି।

ସୋଶାଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Related story