ତକିଆ ତଳୁ ମିଳିଲା ଧାର୍ମିକ ପୁସ୍ତକ, ଦେହଜୀବୀଙ୍କୁ ଜାଳିଦେଲେ ଗ୍ରାହକ

ନୂଆଦିଲ୍ଲୀ: ଦେହଜୀବୀଙ୍କ ତକିଆ ତଳୁ ଏକ ଧାର୍ମିକ ପୁସ୍ତକ ବାହାରିବାରୁ ଘଟିଗଲା ଅଭାବନୀୟ କାଣ୍ଡ। ଗ୍ରାହକଜଣକ ଏହା ଦେଖି ସମ୍ପୃକ୍ତ ଦେହଜୀବୀଙ୍କୁ ପିଟି ପିଟି ମାରିଦେବା ସହ ତାଙ୍କ ଶରୀରକୁ ଜାଳି ଦେଇଛନ୍ତି। ଏପରି ଭୟାନକ ଘଟଣା ନାଇଜେରିଆରେ ଘଟିଛି। ସ୍ଥାନୀୟ ପୁଲିସ୍‌ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ମହିଳାଙ୍କ ଚିହ୍ନଟ ହୋଇସାରିଛି। ସେ ସ୍ଥାନୀୟ ଲାଗୁସ୍‌ ସହରରେ ଦେହଜୀବୀ ଭାବେ କାମ କରନ୍ତି। ଘଟଣା ଦିନ ଜଣେ ଗ୍ରାହକ ତାଙ୍କୁ ପେମେଣ୍ଟ କରି ଫେରିବାବେଳେ […]

sex worker

Niharika Rout
  • Published: Saturday, 18 June 2022
  • , Updated: 18 June 2022, 03:10 PM IST

ନୂଆଦିଲ୍ଲୀ: ଦେହଜୀବୀଙ୍କ ତକିଆ ତଳୁ ଏକ ଧାର୍ମିକ ପୁସ୍ତକ ବାହାରିବାରୁ ଘଟିଗଲା ଅଭାବନୀୟ କାଣ୍ଡ। ଗ୍ରାହକଜଣକ ଏହା ଦେଖି ସମ୍ପୃକ୍ତ ଦେହଜୀବୀଙ୍କୁ ପିଟି ପିଟି ମାରିଦେବା ସହ ତାଙ୍କ ଶରୀରକୁ ଜାଳି ଦେଇଛନ୍ତି। ଏପରି ଭୟାନକ ଘଟଣା ନାଇଜେରିଆରେ ଘଟିଛି।

ସ୍ଥାନୀୟ ପୁଲିସ୍‌ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ମହିଳାଙ୍କ ଚିହ୍ନଟ ହୋଇସାରିଛି। ସେ ସ୍ଥାନୀୟ ଲାଗୁସ୍‌ ସହରରେ ଦେହଜୀବୀ ଭାବେ କାମ କରନ୍ତି। ଘଟଣା ଦିନ ଜଣେ ଗ୍ରାହକ ତାଙ୍କୁ ପେମେଣ୍ଟ କରି ଫେରିବାବେଳେ ଦେହଜୀବୀ ଜଣକ ତାଙ୍କ ପିଛା କରି ତାଙ୍କୁ ଧରିଥିଲେ। କାରଣ ତାଙ୍କର ଅଭିଯୋଗ ଥିଲା ଯେ ଗ୍ରାହକ ଜଣକ ତାଙ୍କ ଟଙ୍କା ଚୋରି କରିଛନ୍ତି। ମାତ୍ର ଗ୍ରାହକ ଜଣକ ଏହା ମାନିବାକୁ ପ୍ରସ୍ତୁତ ନ ଥିଲେ। ବରଂ ନିଜ ରୁମ୍‌ରେ ଖୋଜ ବୋଲି ସେ ଦେହଜୀବୀଙ୍କୁ ରାଗରେ କହିଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ଏଥିରେ ଉତ୍ତ୍ୟକ୍ତ ଗ୍ରାହକ ଜଣକ ନିଜର କିଛି ସାଙ୍ଗକୁ ଡାକି ଉକ୍ତ ଦେହଜୀବୀଙ୍କ ରୁମ୍‌ ତଲାସୀ କରିଥିଲେ। ମାତ୍ର ସେଠାରୁ ଟଙ୍କା ପରିବର୍ତ୍ତେ ଦେହଜୀବୀଙ୍କ ତକିଆ ତଳୁ ଏକ ଧାର୍ମିକ ପୁସ୍ତକ ପାଇଥିଲେ। ଗ୍ରାହକଙ୍କ ସମେତ ତାଙ୍କ ସାଙ୍ଗମାନେ ଉତ୍ତ୍ୟକ୍ତ ହୋଇ ସମ୍ପୃକ୍ତ ଦେହଜୀବୀଙ୍କୁ ଛୁରୀ ଭୁଷି ଦେବା ସହ ପିଟି ପିଟି ତାଙ୍କୁ ମାରି ଦେଇଥିଲେ। ଏହାପରେ ବି ସେମାନଙ୍କ ରାଗ ଶାନ୍ତ ହୋଇ ନ ଥିଲା। ସେମାନେ ମୃତଦେହରେ ନିଆଁ ଲଗାଇ ତାକୁ ପୋଡ଼ି ଦେଇଥିଲେ। ଏହି ଘଟଣାର ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କୁ ଗିରଫ କରାଯାଇପାରି ନ ଥିବା କହିଛି ପୁଲିସ୍‌ ।

Related story