ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ଗୁଳି କରି ମାରି ଦେଲେ ନକ୍ସଲ

ବିଶାଖାପାଟଣା (ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶରେ ରବିବାର ଜଣେ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ। ମୃତ ବିଧାୟକ ହେଉଛନ୍ତି ଶାସକ ଟିଡିପିର। ତାଙ୍କ ନାଁ କେ. ସର୍ବେଶ୍ୱର ରାଓ। ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେହିଭଳି ମୃତ ପୂର୍ବତନ ବିଧାୟକ ହେଲେ ଏସ୍‌ ସୋମା। ସେ ବି ଶାସକ ଟିଡିପିର। ତାଙ୍କୁ ବି ଗୁଳି କରି ହତ୍ୟା କରାଯାଇଛି। ବିଶାଖାପାଟଣାଠାରୁ ପ୍ରାୟ ୧୨୫ କିଲୋମିଟର ଦୂର ଥୁଟାଙ୍ଗୀ ଗାଁରେ ଏହି […]

mla

Jitendra Garnayak
  • Published: Sunday, 23 September 2018
  • , Updated: 23 September 2018, 09:29 AM IST

ବିଶାଖାପାଟଣା (ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶରେ ରବିବାର ଜଣେ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ।

ମୃତ ବିଧାୟକ ହେଉଛନ୍ତି ଶାସକ ଟିଡିପିର। ତାଙ୍କ ନାଁ କେ. ସର୍ବେଶ୍ୱର ରାଓ। ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ସେହିଭଳି ମୃତ ପୂର୍ବତନ ବିଧାୟକ ହେଲେ ଏସ୍‌ ସୋମା। ସେ ବି ଶାସକ ଟିଡିପିର। ତାଙ୍କୁ ବି ଗୁଳି କରି ହତ୍ୟା କରାଯାଇଛି।

ବିଶାଖାପାଟଣାଠାରୁ ପ୍ରାୟ ୧୨୫ କିଲୋମିଟର ଦୂର ଥୁଟାଙ୍ଗୀ ଗାଁରେ ଏହି ଘଟଣା ଘଟିଛି।

ସେମାନେ ଡୁମୁରିଗୁଡ଼ାରେ ଏକ ବିବାହ ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ ଦିନ ପ୍ରାୟ ୧୨ଟା ୧୫ ବେଳେ ଏହି ଘଟଣା ଘଟିଥିଲା।

ସିପିଆଇ ମାଓବାଦୀମାନେ ପ୍ରତିଷ୍ଠା ସପ୍ତାହ ପାଳନ କରୁଥିବା ବେଳେ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି।

କେ. ସର୍ବେଶ୍ୱର ରାଓ ୱାଇଏସ୍‌ଆର୍‌ସିପି ଟିକେଟ୍‌ରେ ଆରାକୁ ଆସନରୁ ନିର୍ବାଚନ ଲଢ଼ିଥିଲେ। ପରେ ସେ ଟିଡିପିରେ ମିଶିଥିଲେ।

ଏହି ଆକ୍ରମଣରେ ୬୦ରୁ ଅଧିକ ନକ୍ସଲ ସାମିଲ ଥିଲେ। ସେମାନଙ୍କ ମଧ୍ୟରେ ମହିଳା ନକ୍ସଲ ମଧ୍ୟ ଥିଲେ।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁଇ ନେତା ସେମାନଙ୍କ ଗସ୍ତ ବିଷୟରେ ପୁଲିସ୍‌କୁ କୌଣସି ସୂଚନା ଦେଇ ନଥିଲେ। ଯଦିଓ ନକ୍ସଲ ପ୍ରଭାବିତ ଅଞ୍ଚଳକୁ ନ ଯିବାକୁ ପୁଲିସ୍ ପକ୍ଷରୁ ରାଜ୍ୟର ସମସ୍ତ ରାଜନେତାଙ୍କୁ ସତର୍କ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବକ୍ସାଇଟ୍ ମାଇନିଂକୁ ସର୍ବେଶ୍ୱର ରାଓ ସମର୍ଥନ କରୁଥିବାରୁ ନକ୍ସଲମାନେ ତାଙ୍କୁ ପୂର୍ବରୁ ଧମକ ଦେଇଥିଲେ। ଏପରିକି କିଛି ଦିନ ହେଲା ତାଙ୍କ ଚଳପ୍ରଚଳ ଉପରେ କଡ଼ା ନଜର ରଖିଥିଲେ।

Related story