ମଦ ପିଇ ଲଙ୍ଗ୍‌ ଡ୍ରାଇଭ୍‌ରେ ଗଲା ବେଳେ...

ନୂଆଦିଲ୍ଲୀ: ମଦ ପିଇ ଗାଡ଼ ଚଲାଇବା କାରଣରୁ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଉତ୍ତର ଦିଲ୍ଲୀରେ ଜଣେ ୧୯ ବର୍ଷ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତ ଛାତ୍ର ଜଣଙ୍କ ହେଲେ ଶିଭମ୍‌ ଶଙ୍କର। ସେ ହିଲ୍ଲୀ ୟୁନିଭର୍ସିଟିସ୍‌ ସ୍କୁଲ ଅଫ୍‌ ଓପନ୍‌ ଲର୍ଣ୍ଣିଂର ପ୍ରଥମବର୍ଷ ଛାତ୍ର ବୋଲି ଜଣାପଡିଛି। ଆହତ ମାନେ ହେଲେ କସିଶ (୧୮), ନିତିନ (୧୮) ଏବଂ ଅରେନ୍‌ଶ ଶଙ୍କର। ରାତି ପ୍ରାୟ ୩ଟାରେ ସରାଇ ରୋହିଲ୍ଲା […]

accident

Rakesh Mallick
  • Published: Thursday, 24 January 2019
  • , Updated: 24 January 2019, 11:21 AM IST

ନୂଆଦିଲ୍ଲୀ: ମଦ ପିଇ ଗାଡ଼ ଚଲାଇବା କାରଣରୁ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଉତ୍ତର ଦିଲ୍ଲୀରେ ଜଣେ ୧୯ ବର୍ଷ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତ ଛାତ୍ର ଜଣଙ୍କ ହେଲେ ଶିଭମ୍‌ ଶଙ୍କର। ସେ ହିଲ୍ଲୀ ୟୁନିଭର୍ସିଟିସ୍‌ ସ୍କୁଲ ଅଫ୍‌ ଓପନ୍‌ ଲର୍ଣ୍ଣିଂର ପ୍ରଥମବର୍ଷ ଛାତ୍ର ବୋଲି ଜଣାପଡିଛି। ଆହତ ମାନେ ହେଲେ କସିଶ (୧୮), ନିତିନ (୧୮) ଏବଂ ଅରେନ୍‌ଶ ଶଙ୍କର।

ରାତି ପ୍ରାୟ ୩ଟାରେ ସରାଇ ରୋହିଲ୍ଲା ପୁଲିସ୍‌କୁ ସୂଚନା ମିଳିଥିଲା କି ଏକ ସାଣ୍ଟ୍ରୋ କାର୍‌ ଓଲଟି ପଡ଼ିଛି। ଖବର ପାଇବା ପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା। ସେଠାରେ ଶିଭମ୍‌ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଗୁରୁତର ଅବସ୍ଥାରେ କସିଶ ଏବଂ ନିତିନଙ୍କ ଚିକିତ୍ସା ଚାଲିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଅରେନ୍‌ଶଙ୍କୁ ଛାଡ଼ି ଦିଆଯାଇଛି।

ଅରେନ୍‌ଶଙ୍କ କହିବା ଅନୁସାରେ, ସେମାନେ ସମସ୍ତେ ସାଙ୍ଗ। ଶିଭମ୍‌ଙ୍କ ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ସେମାନେ କରୋଲବାଗ୍‌ ଯାଇଥିଲେ। ସେଠାରୁ ସେମାନେ ମୁରଥଲ୍‌କୁ ଡ୍ରାଇଭ୍‌ରେ ଯିବାକୁ ପ୍ଲାନ୍‌ କରିଥିଲେ।  ଶିଭମ୍‌ ଦ୍ରୁତଗତିରେ ଗାଡି ଚଲାଉଥିଲେ। ସରାଇ ରୋହିଲ୍ଲାର ଗୁରୁଦ୍ୱାରା ନିକଟରେ ଶିଭମ୍‌ ଭାରସାମ୍ୟ ହରାଇ ଡିଭାଇଡରରେ ଗାଡ଼ି ପିଟି ଦେଇଥିଲେ।

ଏହାସହ ସେମାନେ ମଦ ପିଇଥିବା ମଧ୍ୟ ଅରେନ୍‌ଶ ସ୍ୱୀକାର କରିଛନ୍ତି ଏବଂ ଡାକ୍ତରୀ ପରୀକ୍ଷାରୁ ଏକଥା ସ୍ପଷ୍ଟ ହୋଇଥିବା ପୁଲିସ୍‌ କହିଛି।

ସରାଇ ରୋହିଲ୍ଲା ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story