ମୁମ୍ୱାଇରେ ବିଜୁଳି ଯୋଗାଣ ବନ୍ଦର ତଦନ୍ତ କରିବ କେନ୍ଦ୍ର
ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇ ସୋମବାର ଅପରାହ୍ନ ଯାଏ ଅନେକ ସମସ୍ୟାର ସାମ୍ନା କରିଛି। ସମଗ୍ର ସହରରେ ବିଦ୍ୟୁତ୍ ସେବା ଠପ୍ ହୋଇଯାଇଥିଲା। ତେଣୁ ଟ୍ରାଫିକ୍ ସିଗନାଲ ପାଖରୁ ଆରମ୍ଭ କରି ଲୋକାଲ ଟ୍ରେନ୍ ସେବ୍ ବନ୍ଦ ହୋଇଯାଇଥିଲା। ହାଇକୋର୍ଟ କାର୍ଯ୍ୟ ସ୍ଥଗିତ ରହିଥିଲା, ଏପରିକି ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ମଧ୍ୟ ବାତିଲ କରାଯାଇଥିଲା। ଯଦିଓ ବର୍ତ୍ତମାନ ଅପରାହ୍ନ ପରେ କରେଣ୍ଟ ଆସିଥିଲା ହେଲେ ଏହାକୁ ଗୁରୁତର ସହ ନେଇଛି କେନ୍ଦ୍ର ସରକାର। କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂ କହିଛନ୍ତି ଯେ ଏତେ ସମୟ ବିଦ୍ୟୁତ୍ କାଟର ପ୍ରକୃତ କାରଣ କ’ଣ ଜାଣିବା ପାଇଁ କେନ୍ଦ୍ରର ଏକ ବିଶେଷଜ୍ଞ ଦଳ ମୁମ୍ବାଇ ଯିବ।
The power supply (in Mumbai) has been restored substantially, out of 2000 MW which went off, about 1900 MW has been restored, the remaining will be restored soon. The national grid is fine, the problem happened in some parts of the state grid: Union Power Minister RK Singh https://t.co/lgf1naxfij pic.twitter.com/mNYIRXQK2u
— ANI (@ANI) October 12, 2020
ଗ୍ରୀଡ୍ ଫେଲ୍ ହୋଇଥିବାରୁ ମୁମ୍ବାଇରେ ସକାଳ ୧୦ ଟାରେ କରେଣ୍ଟ ଫେଲ୍ ହୋଇଯାଇଥିଲା। ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ପଳାଇ ଆସିଥିଲେ। ତେବେ କୋଭିଡ ଡାକ୍ତରଖାନାରେ କାର୍ଯ୍ୟ ଜାରି ରହିଥିଲା। ବିମାନ ବନ୍ଦରରେ ମଧ୍ୟ ଅପରେସନ୍ ଜାରି ରହିଥିଲା।
କରେଣ୍ଟ ନଥିବାରୁ ମୁମ୍ୱାଇର ଲୋକାଲ ଟ୍ରେନ୍ ଅଟକି ଯାଇଥିଲା। ଏହାପରେ ଲୋକମାନେ ଠିକ୍ ସମୟରେ ଅଫିସରେ ପହଞ୍ଚି ପାରିନଥିଲେ। ଘରୁ କାମ କରୁଥିବା ଲୋକମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଭଳି ପରିସ୍ଥିତି ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ କେନ୍ଦ୍ରୀୟ ଦଳ ସୁନିଶ୍ଚିତ କରିବେ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।