ମତେ ନ୍ୟାୟ ଦିଅ…ଭାଇର ମୃତ୍ୟୁ ପରେ ୨ ବର୍ଷ ହେଲା ଧାରଣାରେ ଶ୍ରୀଜିତ୍‌

Ordigital Desk
  • Published: Sunday, 14 January 2018
  • , Updated: 14 January 2018, 09:07 PM IST
<p>ନୂଆଦିଲ୍ଲୀ: ୨ ବର୍ଷ ହେଲା ଧାରଣା ଜାରି&nbsp; ରଖିଛନ୍ତି କେରଳର ଜଣେ ଯୁବକ ଶ୍ରୀଜିତ୍ । &nbsp;ଥିରୁବନନ୍ତପୁରମ୍ ସେକ୍ରେଟାରିଏଟ୍ ଆଗରେ ସେ ଧାରଣା ଦେଇଛନ୍ତି । &nbsp;୨୦୧୪ରେ ପୋଲିସ ହାଜତରେ ତାଙ୍କ ଭାଇଙ୍କ ମୃତ୍ୟୁ ଘଟିଥିଲା। &nbsp;ଚୋରି ଅଭିଯୋଗରେ ପୋଲିସ ଶ୍ରୀଜିତଙ୍କ ଭାଇଙ୍କୁ ବାନ୍ଧି ନେଇଥିଲେ। &nbsp;&nbsp;ହେଲେ ହାଜତ ଭିତରେ ସନ୍ଦେହ ଜନକ ଭାବେ ହୋଇଥିଲା ମୃତ୍ୟୁ। ଘଟଣାର ତଦନ୍ତ କରି ପ୍ରକୃତ ତଥ୍ୟ ଦାବିରେ ୨ ବର୍ଷ ହେଲା ଧାରଣା ଦେଇଛନ୍ତି ଶ୍ରୀଜିତ୍ ।</p> <p>ପୋଲିସ ନିର୍ଯାତନାରୁ ଭାଇର ମୃତ୍ୟୁ &nbsp;ହୋଇଥିବା ଅଭିଯୋଗ କରିଛନ୍ତି ଶ୍ରୀଜିତ। &nbsp;&nbsp;ଯଦିଓ ସରକାର ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛନ୍ତି, ତେବେ ନ୍ୟାୟ ଦାବିରେ ଧାରଣା ଜାରି ରଖିଛନ୍ତି ଶ୍ରୀଜିତ୍। &nbsp;&nbsp;ପ୍ରଥମେ ତାଙ୍କ ଧାରଣାକୁ କେହି ଏହାକୁ ଧ୍ୟାନ ଦେଇ ନ ଥିଲେ। &nbsp;&nbsp;ପୋଲିସ କି ସରକାର ମଧ୍ୟ ଆଦୌ ଧ୍ୟାନ ଦେଇ ନ ଥିଲେ । &nbsp;ହେଲେ ସୋସିଆଲ ମିଡିଆରେ ପ୍ରଚାର ହେବା ପରେ ଶ୍ରୀଜିତଙ୍କ ପ୍ରତି ଲୋକଙ୍କ ସମର୍ଥନ ଓ ସମବେଦନା ବଢ଼ିଛି । &nbsp;ବହୁ ଲୋକ ତାଙ୍କୁ ସାକ୍ଷାତ କରି ସମର୍ଥନ ଜଣାଇଛନ୍ତି&nbsp; ।</p>

Related story