ପୁଣି ଆଧାର ବିବାଦ: ମୋବାଇଲ ଲିଙ୍କ୍ ନେଇ ୧୩ରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ:ଆଧାରକାର୍ଡକୁ ମୋବାଇଲ ଲିଙ୍କ୍ ମାମଲାର ଶୁଣାଣି ଆସନ୍ତା ୧୩ ତାରିଖକୁ ଧାର୍ଯ୍ୟ କରାଯାଇଛି। ସୁପ୍ରିମକୋର୍ଟରେ ହେବ ଏହି ମାମଲାର ଶୁଣାଣି।  ଦୂରସଂଚାର ବିଭାଗ ପକ୍ଷରୁ ଜାରି ନୋଟିସ୍‌କୁ ଚାଲେଞ୍ଜ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତହସିନ୍ ପୁନାବାଲା। ତେବେ ମାମଲାକୁ ଗ୍ରହଣ କରିଛନ୍ତି ସବୋଚ୍ଚ କୋର୍ଟ । ଏନେଇ ଆସନ୍ତା ୧୩ ତାରିଖରେ ଶୁଣାଣି ହେବ। ଦୂରସଂଚାର ବିଭାଗ ପକ୍ଷରୁ ମାମଲା ଅସାମ୍ବିଧାନିକ, ବେଆଇନ ଏବଂ ଯୁକ୍ତିଯୁକ୍ତ ନୁହେଁ ବୋଲି କୋର୍ଟରେ ଦର୍ଶାଇଛନ୍ତି ଆବେଦନକାରୀ। ଏଥିସହ ବ୍ୟକ୍ତିର […]

aadhaar

Rakesh Mallick
  • Published: Monday, 06 November 2017
  • , Updated: 06 November 2017, 07:42 PM IST

ନୂଆଦିଲ୍ଲୀ:ଆଧାରକାର୍ଡକୁ ମୋବାଇଲ ଲିଙ୍କ୍ ମାମଲାର ଶୁଣାଣି ଆସନ୍ତା ୧୩ ତାରିଖକୁ ଧାର୍ଯ୍ୟ କରାଯାଇଛି। ସୁପ୍ରିମକୋର୍ଟରେ ହେବ ଏହି ମାମଲାର ଶୁଣାଣି।  ଦୂରସଂଚାର ବିଭାଗ ପକ୍ଷରୁ ଜାରି ନୋଟିସ୍‌କୁ ଚାଲେଞ୍ଜ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତହସିନ୍ ପୁନାବାଲା।

ତେବେ ମାମଲାକୁ ଗ୍ରହଣ କରିଛନ୍ତି ସବୋଚ୍ଚ କୋର୍ଟ । ଏନେଇ ଆସନ୍ତା ୧୩ ତାରିଖରେ ଶୁଣାଣି ହେବ। ଦୂରସଂଚାର ବିଭାଗ ପକ୍ଷରୁ ମାମଲା ଅସାମ୍ବିଧାନିକ, ବେଆଇନ ଏବଂ ଯୁକ୍ତିଯୁକ୍ତ ନୁହେଁ ବୋଲି କୋର୍ଟରେ ଦର୍ଶାଇଛନ୍ତି ଆବେଦନକାରୀ। ଏଥିସହ ବ୍ୟକ୍ତିର ମୌଳିକ ଅଧିକାର ଏହାଦ୍ୱାରା କ୍ଷୂର୍ଣ୍ଣ ହେଉଥିବା ସେ ଦର୍ଶାଇଛନ୍ତି। ଏହାପୂର୍ବରୁ ମାମଲାର ଶୁଣାଣି କରି କୋର୍ଟ ସରକାର ଏବଂ ଟେଲିକମ୍ କମ୍ପାନିଙ୍କୁ ଜାରି କରିଛନ୍ତି ନୋଟିସ୍। ମୋବାଇଲ ସହ ଆଧାର ଲିଙ୍କ୍ କେତେ ଆବଶ୍ୟକ ସେ ନେଇ କୋର୍ଟଙ୍କ ନିକଟରେ ଜବାବ୍ ଦାଖଲ କରିବେ ଟେଲିକମ୍ କମ୍ପାନି।

Related story