ଦିଲ୍ଲୀ ନିର୍ବାଚନ: ସମସ୍ତ ୭୦ ଆସନ ପାଇଁ ଆପ୍‌ର ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦମୀ ପାର୍ଟି ସମସ୍ତ ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ତାଲିକାରେ ଉଲ୍ଲେଖ କରାଯାଇଛି, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏବଂ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀରୁ ଲଢ଼ିବେ। ସେହିଭଳି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ପ୍ରତାପଗଞ୍ଜରୁ ଲଢ଼ିବେ। ଆଜି ଦିଲ୍ଲୀଠାରେ କିଛି ଆପ୍‌ ନେତା କେଜ୍ରିୱାଲଙ୍କୁ ତାଙ୍କ ବାସଭବନଠାରେ ଭେଟିଥିଲେ। ଆପ୍‌ ପ୍ରହ୍ଲାଦ ସିଂହ ସାହଣୀଙ୍କୁ ଚାନ୍ଦନୀ ଚୌକରୁ ଲଢ଼ିବାକୁ ଟିକେଟ୍‌ ଦେଇଥିବାବେଳେ ଦ୍ୱାରକାରୁ ବିନୟ […]

Delhi

Subrat Kumar Nayak
  • Published: Tuesday, 14 January 2020
  • , Updated: 14 January 2020, 08:17 PM IST

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦମୀ ପାର୍ଟି ସମସ୍ତ ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ତାଲିକାରେ ଉଲ୍ଲେଖ କରାଯାଇଛି, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏବଂ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀରୁ ଲଢ଼ିବେ। ସେହିଭଳି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ପ୍ରତାପଗଞ୍ଜରୁ ଲଢ଼ିବେ।

ଆଜି ଦିଲ୍ଲୀଠାରେ କିଛି ଆପ୍‌ ନେତା କେଜ୍ରିୱାଲଙ୍କୁ ତାଙ୍କ ବାସଭବନଠାରେ ଭେଟିଥିଲେ। ଆପ୍‌ ପ୍ରହ୍ଲାଦ ସିଂହ ସାହଣୀଙ୍କୁ ଚାନ୍ଦନୀ ଚୌକରୁ ଲଢ଼ିବାକୁ ଟିକେଟ୍‌ ଦେଇଥିବାବେଳେ ଦ୍ୱାରକାରୁ ବିନୟ କୁମାର ମିଶ୍ର ଏବଂ ଗାନ୍ଧି ନଗରରୁ ଦୀପୁ ଚୌଧୁରୀଙ୍କୁ ଟିକେଟ୍‌ ଦେଇଛି। ସେହିଭଳି କୋଣ୍ଡଲିରେ ମନୋଜ କୁମାରଙ୍କ ସ୍ଥାନରେ କୁଲଦୀପ କୁମାରଙ୍କୁ ଟିକେଟ୍‌ ଦିଆଯାଇଛି।

ଚଳିତ ବର୍ଷ ୮ ଜଣ ମହିଳାଙ୍କୁ ଆପ୍‌ ଟିକେଟ୍‌ ଦେଇଛି। ଅନ୍ୟପକ୍ଷରେ ଖାଲିଥିବା ୬ଟି ନୂଆ ନାମ ଏଥର ଘୋଷଣା କରାଯାଇଛି। ସେହିଭଳି ୧୫ଟି ଆସନରେ ପରିବର୍ତ୍ତନ କରାଯାଇଛି।

Related story