ଆନ୍ନାଙ୍କୁ ପୁଣି ଧମକପୂର୍ଣ୍ଣ ଚିଠି

ମୁମ୍ୱାଇ: ସମାଜସେବୀ ଆନ୍ନା ହଜାରେଙ୍କୁ ପୁଣି ଥରେ ଧମକ ପୂର୍ଣ୍ଣ ଚିଠି ମିଳିଛି। ଏହି ଚିଠି ମିଳିବା ପରେ ଗତକାଲି ପୋଲିସ ଏକ ମାମଲା ଦାୟର କରିଛି। ଆନ୍ନା ହଜାରେଙ୍କ ସହଯୋଗୀ ଦତ୍ତା ଅବାରୀ ସୂଚନା ଦେଇ କହିଛନ୍ତି ଯେ,  ଚିଠିରେ ଲାତୁର ଜିଲ୍ଲାର ବାସିନ୍ଦା ମହାଦେବ ପାଞ୍ଚାଲ ନାଁ ଲେଖାଯାଇଛି। ଏହି ଚିଠି ଔସ୍ମାନାବାଦରୁ ପୋଷ୍ଟ କରାଯାଇଛି।  ଚିଠିରେ ଉଲ୍ଲେଖ କରାଯାଇଛି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଠାରୁ ଅଲଗା ନ ହେଲେ ପିଟିବୁ। ଏହି ଘଟଣା […]

Anna

Rakesh Mallick
  • Published: Friday, 21 August 2015
  • , Updated: 21 August 2015, 11:26 AM IST

ମୁମ୍ୱାଇ: ସମାଜସେବୀ ଆନ୍ନା ହଜାରେଙ୍କୁ ପୁଣି ଥରେ ଧମକ ପୂର୍ଣ୍ଣ ଚିଠି ମିଳିଛି। ଏହି ଚିଠି ମିଳିବା ପରେ ଗତକାଲି ପୋଲିସ ଏକ ମାମଲା ଦାୟର କରିଛି। ଆନ୍ନା ହଜାରେଙ୍କ ସହଯୋଗୀ ଦତ୍ତା ଅବାରୀ ସୂଚନା ଦେଇ କହିଛନ୍ତି ଯେ,  ଚିଠିରେ ଲାତୁର ଜିଲ୍ଲାର ବାସିନ୍ଦା ମହାଦେବ ପାଞ୍ଚାଲ ନାଁ ଲେଖାଯାଇଛି। ଏହି ଚିଠି ଔସ୍ମାନାବାଦରୁ ପୋଷ୍ଟ କରାଯାଇଛି।  ଚିଠିରେ ଉଲ୍ଲେଖ କରାଯାଇଛି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଠାରୁ ଅଲଗା ନ ହେଲେ ପିଟିବୁ। ଏହି ଘଟଣା ସମ୍ପର୍କରେ ଅହମ୍ମଦନଗର ଜିଲ୍ଲା ପରନେର ଥାନାରେ ଆଇପିସି ଧାରା ୫୦୬ରେ ମାମଲା ଦାୟର କରାଯାଇଛି। ସୂଚନାଯୋଗ୍ୟ, ୧୦ ଦିନ ପୂର୍ବରୁ ଆନ୍ନାଙ୍କ ପାଖକୁ ଏକ ଧମକ ପୂର୍ଣ୍ଣ ଚିଠି ଆସିଥିଲା।

ଧମକପୂର୍ଣ୍ଣ ଚିଠି ପାଇବା ପରେ ମହାରାଷ୍ଟ୍ର ସରକାର ଆନ୍ନାଙ୍କୁ ଜେ ପ୍ଲସ୍ ସୁରକ୍ଷା ଯୋଗାଇ ଦେଇଥିଲେ। ତେବେ ଆନ୍ନା ଏହାକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।

 

 

Related story