ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ଭଙ୍ଗାରୁଜା

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ଭଙ୍ଗାରୁଜା ହୋଇଛି। ଏହି ଭଙ୍ଗାରୁଜା ପାଇଁ ବିଜେପିକୁ ଦାୟୀ କରିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଭିଯୋଗ ଆଣିଛି ଯେ ଧାରଣାରେ ବସିଥିବା ବିଜେପି ନେତା ହିଁ ମୁଖ୍ୟମନ୍ତ୍ରୀଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗିଛନ୍ତି। ଅନ୍ୟପକ୍ଷରେ ବିଜେପି କହିଛି ଯେ ‘ଶାସକ ଦଳ ହୀନ ରାଜନୀତି କରୁଛି। ଧାରଣାରେ ବସିଥିବା ମହିଳା କାଉନସିଲରଙ୍କ ଉପରେ ନଜର ରଖିବା ପାଇଁ ହିଁ ଏହି ସିସିଟିଭି ଲଗାଯାଇଥିଲା। କିନ୍ତୁ […]

kajri

Ranjit Kumar Jena
  • Published: Sunday, 13 December 2020
  • , Updated: 13 December 2020, 09:57 PM IST

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ଭଙ୍ଗାରୁଜା ହୋଇଛି। ଏହି ଭଙ୍ଗାରୁଜା ପାଇଁ ବିଜେପିକୁ ଦାୟୀ କରିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଭିଯୋଗ ଆଣିଛି ଯେ ଧାରଣାରେ ବସିଥିବା ବିଜେପି ନେତା ହିଁ ମୁଖ୍ୟମନ୍ତ୍ରୀଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗିଛନ୍ତି।

ଅନ୍ୟପକ୍ଷରେ ବିଜେପି କହିଛି ଯେ 'ଶାସକ ଦଳ ହୀନ ରାଜନୀତି କରୁଛି। ଧାରଣାରେ ବସିଥିବା ମହିଳା କାଉନସିଲରଙ୍କ ଉପରେ ନଜର ରଖିବା ପାଇଁ ହିଁ ଏହି ସିସିଟିଭି ଲଗାଯାଇଥିଲା। କିନ୍ତୁ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ବହୁତ କ୍ୟାମେରା ଲାଗିଛି। ସିସିଟିଭି ଲଗାଇବା ମହିଳାଙ୍କ ଗୋପନୀୟତା ଉପରେ ଆକ୍ରମଣ। ଏହାସହ ଶାସକ ଦଳର ମହିଳା ବିରୋଧୀ ଚେହେରା ପୁଣିଥରେ ସାମ୍ନାକୁ ଆସିଛି।

https://twitter.com/AamAadmiParty/status/1338132241164107777?s=20

ମେୟର ଜୟ ପ୍ରକାଶ କହିଛନ୍ତି, ଆମେ ୭ଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ଅଛୁ, କିନ୍ତୁ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବା ତ ଦୂରର କଥା ଆମ ସହ ଟିକେ କଥା ହେବାକୁ ଚାହୁଁନାହାନ୍ତି। ଆଜି ମହିଳା କାଉନସିଲର ଶୋଇଥିବା ବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର କର୍ମଚାରୀ ମହିଳାଙ୍କ ପ୍ରାଇଭେସିକୁ ଚିନ୍ତା ନକରି ସିସିଟିଭି କ୍ୟାମେରା ଲଗାଇବା ଆରମ୍ଭ କରିଥିଲା। ଏହାକୁ ମହିଳା କାଉନସିଲର୍ ବିରୋଧ କରିଥିଲେ।

ମେୟର ଆହୁରି କହିଛନ୍ତି, ଆମେ କୌଣସି କ୍ୟାମେରା ଭାଙ୍ଗି ନାହୁଁ। କେବଳ ମହିଳା କାଉନସିଲରଙ୍କ ଉପରେ ଯେଉଁ ସିସିଟିଭି ଲାଗୁଥିଲା, ତାକୁ ଲଗାଇବାକୁ ଦେଇନାହୁଁ। ଅନ୍ୟପକ୍ଷରେ ବିଜେପିର ଏହି ଜବାବ ଉପରେ ଆମ୍ ଆଦମୀ ପାର୍ଟି (ଆପ୍) ପଚାରିଛି ଯେ ସିସିଟିଭି କ୍ୟାମେରାକୁ ଏତେ ଭୟ କାହିଁକି? ବିଜେପି ସିସିଟିଭି ଭାଙ୍ଗି କ'ଣ କରିବାକୁ ଚାହୁଁଛି ବୋଲି ପ୍ରଶ୍ନ କରିଛି ଆପ୍।

ସୂଚନାଯୋଗ୍ୟ, ଦିଲ୍ଲୀରେ କିଛି ଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ତିନି ଏମସିଡି ମେୟର ଓ କିଛି କାଉନସିଲର୍ ଧାରଣାରେ ବସିଛନ୍ତି।

Related story