ଚାରି ଦିନିଆ ପୁଲିସ୍ ରିମାଣ୍ଡରେ ଗଲେ ଆମ୍ ଆଦମୀ ପାର୍ଟି ବିଧାୟକ

ନୂଆଦିଲ୍ଲୀ: ରବିବାର ଦିଲ୍ଲୀର ସ୍ଥାନୀୟ କୋର୍ଟ ଶାସକ ଦଳ ଆମ୍ ଆଦମୀ ପାର୍ଟିର ବିଧାୟକ ପ୍ରକାଶ ଜରଓ୍ୱଲ ଏବଂ ତାଙ୍କ ସହଯୋଗୀଙ୍କୁ ଚାରି ଦିନିଆ ପୁଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି। ଆଜି ବିଚାରପତିଙ୍କ ଆଗରେ ଦିଲ୍ଲୀ ପୁଲିସ୍ ପ୍ରକାଶ ଜରଓ୍ୱଲ ଏବଂ କପିଲ ନାଗରଙ୍କୁ ହାଜର କରିଥିଲା। ଏହି ସମୟରେ ପୁଲିସ ଚାରି ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା। ଡକ୍ଟର ରାଜେନ୍ଦ୍ର ଭାଟି ଆତ୍ମହତ୍ୟା ମାମଲାରେ ଶନିବାର ବିଧାୟକ ଓ ତାଙ୍କ ସହଯୋଗୀ କପିଲ ନାଗରଙ୍କୁ […]

AAP MLA Prakash Jarwal

AAP MLA Prakash Jarwal

Subhransu Sekhar
  • Published: Sunday, 10 May 2020
  • Updated: 10 May 2020, 11:01 PM IST

Sports

Latest News

ନୂଆଦିଲ୍ଲୀ: ରବିବାର ଦିଲ୍ଲୀର ସ୍ଥାନୀୟ କୋର୍ଟ ଶାସକ ଦଳ ଆମ୍ ଆଦମୀ ପାର୍ଟିର ବିଧାୟକ ପ୍ରକାଶ ଜରଓ୍ୱଲ ଏବଂ ତାଙ୍କ ସହଯୋଗୀଙ୍କୁ ଚାରି ଦିନିଆ ପୁଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି। ଆଜି ବିଚାରପତିଙ୍କ ଆଗରେ ଦିଲ୍ଲୀ ପୁଲିସ୍ ପ୍ରକାଶ ଜରଓ୍ୱଲ ଏବଂ କପିଲ ନାଗରଙ୍କୁ ହାଜର କରିଥିଲା। ଏହି ସମୟରେ ପୁଲିସ ଚାରି ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା।

ଡକ୍ଟର ରାଜେନ୍ଦ୍ର ଭାଟି ଆତ୍ମହତ୍ୟା ମାମଲାରେ ଶନିବାର ବିଧାୟକ ଓ ତାଙ୍କ ସହଯୋଗୀ କପିଲ ନାଗରଙ୍କୁ ଗିରଫ କରିଥିଲା ପୁଲିସ୍। ଆତ୍ମହତ୍ୟା ମାମଲାରୁ ଉଭୟଙ୍କୁ ପୁଲିସ ଆଜି ପଚରାଉଚରା କରିଥିଲା ଏହାପରେ ତାଙ୍କୁ ଗିରଫ୍ କରିଥିଲା। ପୁଷ୍ପ ବିହାର ଥାନାରେ ଉଭୟଙ୍କ ବିରୋଧରେ ଏତଲା ଦାୟର ହୋଇଥିଲା।

ପୂର୍ବରୁ ଏହି ଦୁହିଁଙ୍କୁ ପଚରାଉଚରା କରିବା ପାଇଁ ପୁଲିସ୍ ସମନ ପଠାଇଥିଲା। ହେଲେ କେହି ସମନର ଜବାବ ଦେଇନଥିଲେ। ଏହାପରେ ପୁଲିସ ନିଜ ଆଡ଼ୁ ଉଭୟଙ୍କ ବିରୋଧରେ ଜାମିନ୍ ବିହୀନ୍ ଓ୍ୱାରେଣ୍ଟ ଜାରି କରିଥିଲା।

ସୂଚନାଯୋଗ୍ୟ, ଏପ୍ରିଲ ୧୮ରେ ଡକ୍ଟର ରାଜେନ୍ଦ୍ର ଭାଟୀ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଦିଲ୍ଲୀ ପୁଲିସ ଶବ ଜବତ କରିବା ବେଳେ ଏକ ସୁଇସାଇଡାଲ୍ ନୋଟ୍ ପାଇଥିଲା। ବିଧାୟକ ଜଣଙ୍କୁ ତାଙ୍କୁ ବାରମ୍ୱାର ହଇରାଣ କରୁଥିବା ସହିତ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ ରାଜେନ୍ଦ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos