ଆମ୍ ଆଦମୀ ପାର୍ଟି ବିଧାୟକ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ବିଧାୟକ ପ୍ରକାଶ ଜାରଓ୍ୱାଲା ଆଜି ଗିରଫ ହୋଇଛନ୍ତି। ଡକ୍ଟର ରାଜେନ୍ଦ୍ର ଭାଟି ଆତ୍ମହତ୍ୟା ମାମଲାରେ ଆଜି ବିଧାୟକ ଓ ତାଙ୍କ ସହଯୋଗୀ କପିଲ ନାଗରଙ୍କୁ ବାନ୍ଧିଛି ପୁଲିସ୍। ଦକ୍ଷିଣ ଦିଲ୍ଲୀର ଡିସିପି ଅତୁଲ ଠାକୁର ଏହି ସୂଚନା ଦେଇଛନ୍ତି। ଆତ୍ମହତ୍ୟା ମାମଲାରୁ ଉଭୟଙ୍କୁ ପୁଲିସ ଆଜି ପଚରାଉଚରା କରିଥିଲା ଏହାପରେ ତାଙ୍କୁ ଗିରଫ୍ କରିଛି। ପୁଷ୍ପ ବିହାର ଥାନାରେ ଉଭୟଙ୍କ ବିରୋଧରେ ଏତଲା ଦାୟର ହୋଇଥିଲା। ପୂର୍ବରୁ ଏହି […]

aap-mla Prakash Jarwal

Subhransu Sekhar
  • Published: Saturday, 09 May 2020
  • , Updated: 09 May 2020, 10:01 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ବିଧାୟକ ପ୍ରକାଶ ଜାରଓ୍ୱାଲା ଆଜି ଗିରଫ ହୋଇଛନ୍ତି। ଡକ୍ଟର ରାଜେନ୍ଦ୍ର ଭାଟି ଆତ୍ମହତ୍ୟା ମାମଲାରେ ଆଜି ବିଧାୟକ ଓ ତାଙ୍କ ସହଯୋଗୀ କପିଲ ନାଗରଙ୍କୁ ବାନ୍ଧିଛି ପୁଲିସ୍। ଦକ୍ଷିଣ ଦିଲ୍ଲୀର ଡିସିପି ଅତୁଲ ଠାକୁର ଏହି ସୂଚନା ଦେଇଛନ୍ତି। ଆତ୍ମହତ୍ୟା ମାମଲାରୁ ଉଭୟଙ୍କୁ ପୁଲିସ ଆଜି ପଚରାଉଚରା କରିଥିଲା ଏହାପରେ ତାଙ୍କୁ ଗିରଫ୍ କରିଛି। ପୁଷ୍ପ ବିହାର ଥାନାରେ ଉଭୟଙ୍କ ବିରୋଧରେ ଏତଲା ଦାୟର ହୋଇଥିଲା।

ପୂର୍ବରୁ ଏହି ଦୁହିଁଙ୍କୁ ପଚରାଉଚରା କରିବା ପାଇଁ ପୁଲିସ୍ ସମନ ପଠାଇଥିଲା। ହେଲେ କେହି ସମନର ଜବାବ ଦେଇନଥିଲେ। ଏହାପରେ ପୁଲିସ ନିଜ ଆଡ଼ୁ ଉଭୟଙ୍କ ବିରୋଧରେ ଜାମିନ୍ ବିହୀନ୍ ଓ୍ୱାରେଣ୍ଟ ଜାରି କରିଥିଲା। ଆଜି ପୁଷ୍ପ ବିହାରରୁ ଉଭୟଙ୍କୁ ଗିରଫ୍ କରିଛି ପୁଲିସ୍।

ସୂଚନାଯୋଗ୍ୟ, ଏପ୍ରିଲ ୧୮ରେ ଡକ୍ଟର ରାଜେନ୍ଦ୍ର ଭାଟୀ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଦିଲ୍ଲୀ ପୁଲିସ ଶବ ଜବତ କରିବା ବେଳେ ଏକ ସୁଇସାଇଡାଲ୍ ନୋଟ୍ ପାଇଥିଲା। ବିଧାୟକ ଜଣଙ୍କୁ ତାଙ୍କୁ ବାରମ୍ୱାର ହଇରାଣ କରୁଥିବା ସହିତ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ ରାଜେନ୍ଦ୍ର।

Related story