Advertisment

ଆତ୍ମସର୍ମପଣ ପାଇଁ ଆଗ୍ରହୀ ଥିଲା ଦାଉଦ, ଅଗ୍ରାହ୍ୟ କରିଥିଲା ସିବିଆଇ

ନୂଆଦିଲ୍ଲୀ: ଆତ୍ମସର୍ମପଣ ଲାଗି ଆଗ୍ରହୀ ଥିଲା ଅଣ୍ଡରୱାଲର୍ଡ ଡନ୍ ତଥା ୧୯୯୩ ମୁମ୍ବାଇ  ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଦାଉଦ ଇବ୍ରାହିମ। ତେବେ ସିବିଆଇ ଏହାକୁ ଗ୍ରହଣ କରି ନଥିଲା। ଏହି ଖୁଲସା କରିଛନ୍ତି ଦିଲ୍ଲୀର ପୂର୍ବତନ ପୋଲିସ କମିଶନର ନୀରଜ କୁମାର। ୧୯୯୪ ଜୁନ ମାସରେ ଦାଉଦ ତାଙ୍କୁ ତିନିଥର ଫୋନ କରିବା ସହ ଆତ୍ମସର୍ମପଣ ଲାଗି ଆଗ୍ରହ ପ୍ରକାଶ କରିଥିଲା ବୋଲି ସେତେବେଳେ ସିବିଆଇ ଡିଆଇଜି ଥିବା ନୀରଜ କୁମାର ପ୍ରକାଶ କରିଛନ୍ତି। ଏକ […]

ଅଦ୍ୟତନ ହୋଇଛି
ଆତ୍ମସର୍ମପଣ ପାଇଁ ଆଗ୍ରହୀ ଥିଲା ଦାଉଦ, ଅଗ୍ରାହ୍ୟ କରିଥିଲା ସିବିଆଇ

daud

Advertisment

ନୂଆଦିଲ୍ଲୀ: ଆତ୍ମସର୍ମପଣ ଲାଗି ଆଗ୍ରହୀ ଥିଲା ଅଣ୍ଡରୱାଲର୍ଡ ଡନ୍ ତଥା ୧୯୯୩ ମୁମ୍ବାଇ  ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଦାଉଦ ଇବ୍ରାହିମ। ତେବେ ସିବିଆଇ ଏହାକୁ ଗ୍ରହଣ କରି ନଥିଲା। ଏହି ଖୁଲସା କରିଛନ୍ତି ଦିଲ୍ଲୀର ପୂର୍ବତନ ପୋଲିସ କମିଶନର ନୀରଜ କୁମାର। ୧୯୯୪ ଜୁନ ମାସରେ ଦାଉଦ ତାଙ୍କୁ ତିନିଥର ଫୋନ କରିବା ସହ ଆତ୍ମସର୍ମପଣ ଲାଗି ଆଗ୍ରହ ପ୍ରକାଶ କରିଥିଲା ବୋଲି ସେତେବେଳେ ସିବିଆଇ ଡିଆଇଜି ଥିବା ନୀରଜ କୁମାର ପ୍ରକାଶ କରିଛନ୍ତି। ଏକ ବହି ଲେଖୁଥିବା କୁମାର ଇଂରାଜି ସମ୍ବାଦପତ୍ର ହିନ୍ଦୁସ୍ତାନ ଟାଇମ୍ସକୁ ଏହି ସୂଚନା ଦେଇଛନ୍ତି। ସେ ଭାରତ ଫେରିଲେ ତାଙ୍କୁ ବିରୋଧୀ ଗ୍ୟାଙ୍ଗ ମାରି ଦେବେ ବୋଲି ଦାଉଦ ଆଶଙ୍କା ବ୍ୟକ୍ତ କରିଥିଲା। ତେବେ ତାଙ୍କୁ ସୁରକ୍ଷା ଦେବା ଦାୟିତ୍ୱ ସିବିଆଇର ହେବ ବୋଲି ନୀରଜ କୁମାର ପ୍ରତିଶୃତି ଦେଇଥିଲେ। ଦାଉଦ ସହ କଥାହେବା ଲାଗି ପ୍ରଥମେ ତାଙ୍କୁ ସିବିଆଇ ଅନୁମତି ଦେଇଥିଲା। ମାତ୍ର କ’ଣ ହେଲା କେଜାଣି ପରେ କଥାବାର୍ତ୍ତା ଆଗକୁ ନ ବଢେଇବା ପାଇଁ ତାଙ୍କୁ ହଠାତ୍ ନିର୍ଦେଶ ଦିଆଯାଇଥିଲା ବୋଲି ନୀରଜ କୁମାର କହିଛନ୍ତି। ଏଭଳି ନିଷ୍ପତ୍ତି ପଛରେ ସେତେବେଳର ନରସିଂହ ରାଓ ସରକାରର କୌଣସି ଭୁମିକା ଥିଲା କି ନାହିଁ ସେ ନେଇ ଅବଗତ ନଥିବା କହିଛନ୍ତି।

Advertisment

ତେବେ ପୂର୍ବତନ ସିବିଆଇ ନିର୍ଦେଶକ ବିଜୟ ରାମାରାଓ ଏହି ଦାବିକୁ ଖଣ୍ଡନ କରିଛନ୍ତି। ଦାଉଦ ସହିତ ନୀରଜ କୁମାର କଥା ହେବା ସମ୍ପର୍କରେ ତାଙ୍କୁ ଅବଗତ କରାଯାଇନଥିଲା ବୋଲି ସେ କହିଛନ୍ତି। ଯଦି ଏଭଳି ପ୍ରସ୍ତାବ ଆସିଥାନ୍ତା, ତେବେ ସିବିଆଇ ଏହି ସୁଯୋଗକୁ ହାତଛଡା କରିନଥାନ୍ତା ବୋଲି ବିଜୟ ରାମାରାଓ କହିଛନ୍ତି।
୧୯୯୩ ମୁମ୍ବାଇ  ବିସ୍ଫୋରଣ ପରେ ଦାଉଦ ତାଙ୍କୁ ଫୋନ କରି ଆତ୍ମସର୍ମପଣ କରିବାକୁ ଚାହୁଁ ଥିଲା ବୋଲି ବରିଷ୍ଠ ଆଇନଜୀବି ରାମ ଜେଠ୍ମାଲିନୀ ମଧ୍ୟ ପୂର୍ବରୁ କହିଥିଲେ। ତେବେ ଦାଉଦ ରଖିଥିବା ସର୍ତ୍ତକୁ ସେତେବେଳର ସରକାର ଗ୍ରହଣ କରିବାକୁ ୧୯୯୩ ମୁମ୍ବାଇ ବିସ୍ଫୋରଣ ୨୫୭ଜଣଙ୍କର ପ୍ରାଣ ହରାଇ ଥିଲେ ଓ ୭୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe