ଆବଶ୍ୟକ ପଡିଲେ ନିଜ ଶକ୍ତି ଦେଖାଇବାକୁ ପଛକୁ ହଟିବୁ ନାହିଁ: ବିପିନ ରାୱତ

ନୂଆଦିଲ୍ଲୀ: ଆମ ଦେଶ ଓ ସେନା ଶାନ୍ତି ଚାହେଁ। ଏହାର ମାନେ ନୁହେଁ ଆମେ ଦୁର୍ବଳ। ଆବଶ୍ୟକ ପଡିଲେ ନିଜ ଶକ୍ତି ଦେଖାଇବାକୁ ପଛାଇବୁ ନାହିଁ। ଆଜି ପାକିସ୍ତାନକୁ ଆକ୍ଷେପ କରି ନୂଆ ସେନା ପ୍ରମୁଖ ବିପିନ ରାୱତ ଏପରି କହିଛନ୍ତି। ସେ କହିଛନ୍ତି,“ଆମ କାମ ହେଲା ସୀମାକୁ ରକ୍ଷା କରିବା। ଆମ ସେନା ଯେଉଁଠି ବି ମୁତୟନ ହୋଇ ଥାଆନ୍ତୁ ନା କାହିଁକି ମୋ ପାଇଁ ସମସ୍ତେ ସମାନ।” ନିଜ ନିଯୁକ୍ତିକୁ ନେଇ ଏକ ପ୍ରଶ୍ନର […]

bipin_rawat

Rakesh Mallick
  • Published: Sunday, 01 January 2017
  • , Updated: 01 January 2017, 04:57 PM IST

ନୂଆଦିଲ୍ଲୀ: ଆମ ଦେଶ ଓ ସେନା ଶାନ୍ତି ଚାହେଁ। ଏହାର ମାନେ ନୁହେଁ ଆମେ ଦୁର୍ବଳ। ଆବଶ୍ୟକ ପଡିଲେ ନିଜ ଶକ୍ତି ଦେଖାଇବାକୁ ପଛାଇବୁ ନାହିଁ। ଆଜି ପାକିସ୍ତାନକୁ ଆକ୍ଷେପ କରି ନୂଆ ସେନା ପ୍ରମୁଖ ବିପିନ ରାୱତ ଏପରି କହିଛନ୍ତି।

ସେ କହିଛନ୍ତି,“ଆମ କାମ ହେଲା ସୀମାକୁ ରକ୍ଷା କରିବା। ଆମ ସେନା ଯେଉଁଠି ବି ମୁତୟନ ହୋଇ ଥାଆନ୍ତୁ ନା କାହିଁକି ମୋ ପାଇଁ ସମସ୍ତେ ସମାନ।”

ନିଜ ନିଯୁକ୍ତିକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ରାୱତ କହିଛନ୍ତି,“ଏହା ସରକାରଙ୍କ ନିଷ୍ପତ୍ତି। ଆମେ ସେନାର ହିତ ପାଇଁ କାମ କରିବା ଜାରି ରଖିବୁ।”

Related story