ମହଙ୍ଗା ପଡ଼ିଲା ଅଧିକ ଆମେରିକୀୟ ଡଲାର, ଦୁବାଇ ଯାଇପାରିଲେନି ଭାରତୀୟ କଣ୍ଠଶିଳ୍ପୀ ସୁଖବୀର

ଲାହୋର: ଆବଶ୍ୟକଠାରୁ ଅଧିକ ଆମେରିକୀୟ ଡଲାର ପାଖରେ ଥିବାରୁ ଭାରତୀୟ କଣ୍ଠଶିଳ୍ପୀ ସୁଖବୀରଙ୍କୁ ଲାହୋରର ଅଲ୍ଲାମା ଇକବାଦ୍ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରୁ ଫେରିବାକୁ ପଡିଛି । ସେ ଲାହୋରରୁ ଦୁବାଇ ଯିବାକୁ ବିମାନବନ୍ଦରକୁ ଯାଇଥିଲେ। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ସୁଖୀବରଙ୍କ ନିକଟରେ ଆବଶ୍ୟକତାଠାରୁ ଅଧିକ ଆମେରିକାର ଡଲାର ଥିଲା। ପାକିସ୍ତାନ ଆଇନ ଅନୁସାରେ  ଯେ କୌଣସି ବିମାନ ଯାତ୍ରୀ ୧୦ ହଜାର ଆମେରିକା ଡଲାରଠାରୁ ଅଧିକ ନେଇପାରିବେ ନାହିଁ। ସୁଖବୀର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିରୋ ଭୁଟ୍ଟଙ୍କ ବନ୍ଧୁଙ୍କ […]

sukhbirsingh

Rakesh Mallick
  • Published: Monday, 10 August 2015
  • , Updated: 04 May 2017, 03:45 PM IST

ଲାହୋର: ଆବଶ୍ୟକଠାରୁ ଅଧିକ ଆମେରିକୀୟ ଡଲାର ପାଖରେ ଥିବାରୁ ଭାରତୀୟ କଣ୍ଠଶିଳ୍ପୀ ସୁଖବୀରଙ୍କୁ ଲାହୋରର ଅଲ୍ଲାମା ଇକବାଦ୍ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରୁ ଫେରିବାକୁ ପଡିଛି । ସେ ଲାହୋରରୁ ଦୁବାଇ ଯିବାକୁ ବିମାନବନ୍ଦରକୁ ଯାଇଥିଲେ। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ସୁଖୀବରଙ୍କ ନିକଟରେ ଆବଶ୍ୟକତାଠାରୁ ଅଧିକ ଆମେରିକାର ଡଲାର ଥିଲା। ପାକିସ୍ତାନ ଆଇନ ଅନୁସାରେ  ଯେ କୌଣସି ବିମାନ ଯାତ୍ରୀ ୧୦ ହଜାର ଆମେରିକା ଡଲାରଠାରୁ ଅଧିକ ନେଇପାରିବେ ନାହିଁ। ସୁଖବୀର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିରୋ ଭୁଟ୍ଟଙ୍କ ବନ୍ଧୁଙ୍କ ନାତିର ବାହାଘର ଉତ୍ସବରେ ଯୋଗ ଦେବାକୁ ଆସିଥିଲେ। ଏଥିରେ ସେ ଗୀତ ଗାଇବା ବାବଦକୁ ୩୦ ହଜାର ଆମେରିକୀୟ ଡଲାର ପାଇଥିଲେ।

କଷ୍ଟର ଜଣେ ଅଧିକାରୀ କହିଛନ୍ତି ଯେ, ସୁଖବୀର ଦୁବାଇ ବିମାନରେ ଯିବାକୁ ରବିବାର ସାଢେ ୧୧ଟାରେ ବିମାନବନ୍ଦରକୁ ଆସିଥିଲେ। ବିମାନଯାତ୍ରା ପୂର୍ବରୁ ସେ ଅଧିକାରୀଙ୍କୁ କେତେ ବିଦେଶୀ ମୁଦ୍ରା ନେଇ ଯାଇପାରିବେ ବୋଲି ପଚାରିଥିଲେ।  ତାଙ୍କୁ ୧୦ ହଜାର ଆମେରିକୀୟ ଡଲାରୁ ଅଧିକ ନେଇ ପାରିବେ ନାହିଁ ବୋଲି କୁହାଯାଇଥିଲା। ତାଙ୍କ ପାଖରେ ଏହାଠାରୁ ଅଧିକ ଟଙ୍କା ଥିବାରୁ ସେ ଯାତ୍ରା ନ କରି ଫେରିଯାଇଥିଲେ ।

Related story