ବାଗଦାଦି ପରେ କିଏ ହେଲା ଆଇଏସଆଇଏସର ଉତ୍ତରାଧିକାରୀ?

ଓ୍ୱାଶିଂଟନ: ବିଶ୍ୱର ସବୁଠୁ ବଡ଼ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୁଖ୍ୟ ଅବୁ ବକର ଅଲ ବାଗଦାଦି ନିହତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ନେଇ ଗତକାଲି ଘୋଷଣା କରିଥିଲେ। ଏବେ ଆଇଏସଆଇଏସର ଉତ୍ତରାଧିକାରୀ ଅବଦୁଲ୍ଲା କରଦଶ ହୋଇଛି ବୋଲି ମିଡିଆ ରିପୋର୍ଟରୁ ଜଣାପଡ଼ିଛି। ଅବଦୁଲ୍ଲା ଇରାକର ପୂର୍ବତନ ରାଷ୍ଟ୍ରପତି ସଦାମ ହୁସେନଙ୍କ ସେନାର ପୂର୍ବତନ ଅଧିକାରୀ ବୋଲି ଜଣାପଡ଼ିଛି। କରଦଶ ବାବଦରେ ବହୁତ କମ୍ ସୂଚନା ରହିଛି। ତାର ଅନ୍ୟ ନାମ ପ୍ରଫେସର ବୋଲି […]

BAGHDADI SUCCESSOR

Subhransu Sekhar
  • Published: Monday, 28 October 2019
  • , Updated: 28 October 2019, 04:21 PM IST

ଓ୍ୱାଶିଂଟନ: ବିଶ୍ୱର ସବୁଠୁ ବଡ଼ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୁଖ୍ୟ ଅବୁ ବକର ଅଲ ବାଗଦାଦି ନିହତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ନେଇ ଗତକାଲି ଘୋଷଣା କରିଥିଲେ। ଏବେ ଆଇଏସଆଇଏସର ଉତ୍ତରାଧିକାରୀ ଅବଦୁଲ୍ଲା କରଦଶ ହୋଇଛି ବୋଲି ମିଡିଆ ରିପୋର୍ଟରୁ ଜଣାପଡ଼ିଛି। ଅବଦୁଲ୍ଲା ଇରାକର ପୂର୍ବତନ ରାଷ୍ଟ୍ରପତି ସଦାମ ହୁସେନଙ୍କ ସେନାର ପୂର୍ବତନ ଅଧିକାରୀ ବୋଲି ଜଣାପଡ଼ିଛି। କରଦଶ ବାବଦରେ ବହୁତ କମ୍ ସୂଚନା ରହିଛି। ତାର ଅନ୍ୟ ନାମ ପ୍ରଫେସର ବୋଲି ଜଣାପଡ଼ିଛି।

ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଗଦାଦିର ମୃତ୍ୟୁ ବାବଦରେ ଘୋଷଣା କରିବାବେଳେ ସାମ୍ୱାଦିକ ମାନେ ବାଗଦାଦିର ଉତ୍ତରାଧିକାରୀଙ୍କ ବାବଦରେ ସୂଚନା ଦେଇଥିଲେ। ଏହାପରେ ଟ୍ରମ୍ପ କହିଥିଲେ ତା ଉପରେ ମଧ୍ୟ ଆମର ନଜର ରହିଛି।

Related story