ଆବୁ ଧାବିରେ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ଜମି ଦେବେ ୟୁଏଇ ସରକାର

ଆବୁ ଧାବି: ସଂଯୁକ୍ତ ଆରବ ରାଷ୍ଟ୍ର (ୟୁଏଇ)ରେ ବସବାସ କରୁଥିବା ଭାରତୀୟ ସଂପ୍ରଦାୟଙ୍କ ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଆବୁ ଧାବିରେ ଏକ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ୟୁଏଇ ସରକାର ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲିଠାରୁ ଦୁଇ ଦିନିଆ ୟୁଏଇ ଗସ୍ତରେ ଆସିଥିବା ବେଳେ ସରକାର ଏହି ଘୋଷଣା କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ୟୁଏଇ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୟୁଏଇରେ ୨.୬ ନିୟୁତ […]

abudhabi

Rakesh Mallick
  • Published: Monday, 17 August 2015
  • , Updated: 04 May 2017, 03:45 PM IST

ଆବୁ ଧାବି: ସଂଯୁକ୍ତ ଆରବ ରାଷ୍ଟ୍ର (ୟୁଏଇ)ରେ ବସବାସ କରୁଥିବା ଭାରତୀୟ ସଂପ୍ରଦାୟଙ୍କ ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଆବୁ ଧାବିରେ ଏକ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ୟୁଏଇ ସରକାର ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲିଠାରୁ ଦୁଇ ଦିନିଆ ୟୁଏଇ ଗସ୍ତରେ ଆସିଥିବା ବେଳେ ସରକାର ଏହି ଘୋଷଣା କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ୟୁଏଇ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ୟୁଏଇରେ ୨.୬ ନିୟୁତ ଭାରତୀୟ ବସବାସ କରନ୍ତି। ଏମାନଙ୍କ ମଧ୍ୟରୁ ୨୦ ପ୍ରତିଶତ ବଡ଼ ବଡ଼ ପଦପଦବୀରେ ଅବସ୍ଥାପିତ। ସେହିପରି ୟୁଏଇର ମୋଟ ଜନସଂଖ୍ୟାର ୩୦ ପ୍ରତିଶତ ହେଉଛନ୍ତି ଭାରତୀୟ।

Related story