ଅଳ୍ପକେ ବର୍ତ୍ତିଲେ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: ତେଲେଙ୍ଗାନାର ୟଦାଦ୍ରୀ ଭୁବନଗିରୀ ଜିଲ୍ଲାର ଚୋଟୁପଲ ମଣ୍ଡଳର ଦଣ୍ଡ ମୁଲକାପୁର ନିକଟରେ ଦୁର୍ଘଟଣାର ଶିକାର ହୋଇଛି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କର ଏସକୋର୍ଟ ଗାଡ଼ି। ଡ୍ରାଇଭର ହଠାତ୍ ବ୍ରେକ୍ ଲଗାଇବାରୁ ଏହି ଦୁର୍ଘଟଣା ଘଟିଛି। ହେଲେ ଚନ୍ଦ୍ରବାବୁ ନାଇଡୁ ସୁରକ୍ଷିତ ଅଛନ୍ତି। ଶନିବାର ଚନ୍ଦ୍ରବାବୁ ନାଇଡୁ ହାଇଦ୍ରାବାଦରୁ ଆନ୍ଧ୍ରପ୍ରଦେଶର ଅମରାବତୀ ସ୍ଥିତ ନିଜ ବାସଭବନକୁ ଫେରୁଥିଲେ। ଏହି ସମୟରେ ଏସକର୍ଟ ଗାଡ଼ି ଆଗକୁ ହଠାତ୍ ଗୋଟିଏ ଗାଈ ପଳାଇ ଆସିଥିଲା। ଏବାକୁ ଦେଖି କାରର […]

chandrababu-naidu

Subhransu Sekhar
  • Published: Saturday, 05 September 2020
  • , Updated: 05 September 2020, 09:46 PM IST

ଅମରାବତୀ: ତେଲେଙ୍ଗାନାର ୟଦାଦ୍ରୀ ଭୁବନଗିରୀ ଜିଲ୍ଲାର ଚୋଟୁପଲ ମଣ୍ଡଳର ଦଣ୍ଡ ମୁଲକାପୁର ନିକଟରେ ଦୁର୍ଘଟଣାର ଶିକାର ହୋଇଛି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କର ଏସକୋର୍ଟ ଗାଡ଼ି। ଡ୍ରାଇଭର ହଠାତ୍ ବ୍ରେକ୍ ଲଗାଇବାରୁ ଏହି ଦୁର୍ଘଟଣା ଘଟିଛି। ହେଲେ ଚନ୍ଦ୍ରବାବୁ ନାଇଡୁ ସୁରକ୍ଷିତ ଅଛନ୍ତି।

ଶନିବାର ଚନ୍ଦ୍ରବାବୁ ନାଇଡୁ ହାଇଦ୍ରାବାଦରୁ ଆନ୍ଧ୍ରପ୍ରଦେଶର ଅମରାବତୀ ସ୍ଥିତ ନିଜ ବାସଭବନକୁ ଫେରୁଥିଲେ। ଏହି ସମୟରେ ଏସକର୍ଟ ଗାଡ଼ି ଆଗକୁ ହଠାତ୍ ଗୋଟିଏ ଗାଈ ପଳାଇ ଆସିଥିଲା। ଏବାକୁ ଦେଖି କାରର ଡ୍ରାଇଭର ହଠାତ୍ ବ୍ରେକ୍ ଦେଇଥିଲେ। ତେବେ କିଛି ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ସେମାନଙ୍କୁ ଅନ୍ୟ ଏକ କାରରେ ସ୍ଥାନୀୟ ହସ୍ପିଟାଲକୁ କାରରେ ନିଆଯାଇଥିଲା।

କୁହାଯାଉଛି ଯଦି ଚନ୍ଦ୍ରବାବୁଙ୍କ କାର ସନ୍ତୁଳନ ହରାଇଥାନ୍ତା ତା'ହେଲେ ସ୍ଥିତି କିଛି ଅଲଗା ହୋଇଥାନ୍ତା।

Related story