ଏମ୍ସ ଗଲେ ରାମଦେବଙ୍କ ଘନିଷ୍ଠ ବାଳକୃଷ୍ଣ

ଋଷିକେଶ: ଯୋଗଗୁରୁ ରାମଦେବଙ୍କ ଘନିଷ୍ଠ ସହଯୋଗୀ ତଥା ପତଞ୍ଜଳି ଆର୍ୟୁବେଦର ଅଧ୍ୟକ୍ଷ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଆଜି ଉତ୍ତରାଖଣ୍ଡର ଏମ୍ସରେ ଭର୍ତ୍ତି କରାଯାଇଛି। ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଏମ୍ସ ନିଆଯାଇଥିବା ସୂଚନା ମିଳିଛି। ସେ ମୁଣ୍ଡ ବୁଲାଉଥିବା ଏବଂ ଛାତିରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିବା ପରେ ତାଙ୍କୁ ପ୍ରଥମେ ହରିଦ୍ୱାରର ଏକ ହସ୍ପିଟାଲକୁ ନିଆଯାଇଥିଲା। ସେଠାକାର ଡାକ୍ତରମାନେ ତାଙ୍କୁ ଉତ୍ତରାଖଣ୍ଡର ଏମ୍ସ ପଠାଇ ଦେଇଥିଲେ। ଏମ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ତାଙ୍କୁ ଏମର୍ଜେନ୍ସି […]

balakrushna

Subrat Kumar Nayak
  • Published: Friday, 23 August 2019
  • , Updated: 23 August 2019, 09:49 PM IST

ଋଷିକେଶ: ଯୋଗଗୁରୁ ରାମଦେବଙ୍କ ଘନିଷ୍ଠ ସହଯୋଗୀ ତଥା ପତଞ୍ଜଳି ଆର୍ୟୁବେଦର ଅଧ୍ୟକ୍ଷ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଆଜି ଉତ୍ତରାଖଣ୍ଡର ଏମ୍ସରେ ଭର୍ତ୍ତି କରାଯାଇଛି। ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଏମ୍ସ ନିଆଯାଇଥିବା ସୂଚନା ମିଳିଛି।

ସେ ମୁଣ୍ଡ ବୁଲାଉଥିବା ଏବଂ ଛାତିରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିବା ପରେ ତାଙ୍କୁ ପ୍ରଥମେ ହରିଦ୍ୱାରର ଏକ ହସ୍ପିଟାଲକୁ ନିଆଯାଇଥିଲା। ସେଠାକାର ଡାକ୍ତରମାନେ ତାଙ୍କୁ ଉତ୍ତରାଖଣ୍ଡର ଏମ୍ସ ପଠାଇ ଦେଇଥିଲେ।

ଏମ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ତାଙ୍କୁ ଏମର୍ଜେନ୍ସି ୱାର୍ଡରେ ଡାକ୍ତରମାନେ ପରୀକ୍ଷା କରୁଛନ୍ତି।

ସୂଚନାଯୋଗ୍ୟ ଯେ, ୧୯୯୫ ମସିହାରେ ଯୋଗଗୁରୁ ରାମଦେବ ଏବଂ ବାଳକୃଷ୍ଣ ହରିଦ୍ୱାରରେ ଦିବ୍ୟଯୋଗ ଫାର୍ମାସି ପ୍ରତିଷ୍ଠା କରିଥିଲେ। ୨୦୦୬ରେ ପ୍ରତିଷ୍ଠିତ ପତଞ୍ଜଳି ଆର୍ୟୁବେଦ ଆଜି ବିଶ୍ୱର ଅନ୍ୟତମ ପ୍ରମୁଖ କମ୍ପାନୀରେ ପରିଣତ ହୋଇଛି। ଏହି କମ୍ପାନୀର ବ୍ରାଣ୍ଡ ଆମ୍ବସଡର ରାମଦେବ ଏହାର ପ୍ରଚାର କରୁଥିବାବେଳେ ତାଙ୍କ ନାମରେ କିଛି ମଧ୍ୟ ଶେୟାର ନାହିଁ। ବାଳକୃଷ୍ଣ ଏହି କମ୍ପାନୀର ୯୮.୬% ଶେୟାର ନିଜ ପାଖରେ ରଖିଛନ୍ତି।

Related story