୬ ସପ୍ତାହ ମଧ୍ୟରେ ପ୍ରଥମ: ଦେଶରେ କରୋନା ଆକ୍ଟିଭ କେସ୍‌ ୮ ଲକ୍ଷ ତଳେ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର ଧୀରେଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି କାରଣରୁ ଦେଢ଼ ମାସ ମଧ୍ୟରେ ପ୍ରଥମଥର ପାଇଁ ଦେଶରେ କରୋନା ଆକ୍ଟିସ୍‌ କେସ୍‌ ୮ ଲକ୍ଷ ତଳକୁ ଖସିଛି। ବର୍ତ୍ତମାନ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭,୯୫,୦୮୭ ରହିଛି। ଦୈନିକ ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହୁଥିବାରୁ ଆକ୍ଟିଭ କେସ୍‌ରେ ଏଭଳି ହ୍ରାସ ଘଟୁଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର […]

e

Hemant Lenka
  • Published: Saturday, 17 October 2020
  • , Updated: 17 October 2020, 04:37 PM IST

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର ଧୀରେଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି କାରଣରୁ ଦେଢ଼ ମାସ ମଧ୍ୟରେ ପ୍ରଥମଥର ପାଇଁ ଦେଶରେ କରୋନା ଆକ୍ଟିସ୍‌ କେସ୍‌ ୮ ଲକ୍ଷ ତଳକୁ ଖସିଛି। ବର୍ତ୍ତମାନ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭,୯୫,୦୮୭ ରହିଛି। ଦୈନିକ ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହୁଥିବାରୁ ଆକ୍ଟିଭ କେସ୍‌ରେ ଏଭଳି ହ୍ରାସ ଘଟୁଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୬୨,୨୧୨ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୪.୩ ଲକ୍ଷରେ ପହଞ୍ଚି ଯାଇଛି। ସେହିପରି ଗୋଟିଏ ଦିନରେ କରୋନା ଆଉ ୮୩୭ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୧୨,୯୯୮କୁ ବୃଦ୍ଧି ପାଇଛି।

ତେବେ ଗୋଟିଏ ଦିନରେ ୭୦,୮୧୬ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହାର ଅର୍ଥ ଏଯାଏ ଦେଶରେ କରୋନାରୁ ୬୫,୨୪,୫୯୫ ଜଣ ଆରୋଗ୍ୟ ଲାଭ କଲେଣି। ଦେଶର ଆରୋଗ୍ୟ ହାର ୮୭.୮୯% ରହିଥିବା ବେଳେ ମୃତ୍ୟୁହାର ମାତ୍ର ୧.୫% ରହିଛି।

କେରଳ, କର୍ଣ୍ଣାଟକା, ରାଜସ୍ଥାନଳ ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ନିୟମିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଉଚ୍ଚସ୍ତରୀୟ ଟିମ୍‌ ପଠାଇଛନ୍ତି। ଏମାନେ ରାଜ୍ୟ ସରକାରଙ୍କ ସହ ମିଶି କରୋନାକୁ ନିୟନ୍ତ୍ରଣ କରିବା ପାଇଁ ସହଯୋଗ କରିବେ।

Related story