ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୯ ଲକ୍ଷ ତଳକୁ ଖସିଲା, ବୃଦ୍ଧି ପାଉଛି ଆରୋଗ୍ୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶର କରୋନା ସ୍ଥିତିରେ ଧୀରେଧୀରେ ସୁଧାର ଆସିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇଁ ୯ ଲକ୍ଷ ତଳକୁ ଖସି ଯାଇଛି। ସେହିପରି ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସୁସ୍ଥଙ୍କ ସଂଖ୍ୟା ଦେଖିଲେ ପ୍ରତିଦିନ ପ୍ରାୟ ୭୫ ହଜାରରୁ ଅଧିକ ଲୋକ ସୁସ୍ଥ ହେଉଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୭୦,୪୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। […]

u

Hemant Lenka
  • Published: Friday, 09 October 2020
  • , Updated: 09 October 2020, 03:05 PM IST

ନୂଆଦିଲ୍ଲୀ: ଦେଶର କରୋନା ସ୍ଥିତିରେ ଧୀରେଧୀରେ ସୁଧାର ଆସିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇଁ ୯ ଲକ୍ଷ ତଳକୁ ଖସି ଯାଇଛି। ସେହିପରି ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସୁସ୍ଥଙ୍କ ସଂଖ୍ୟା ଦେଖିଲେ ପ୍ରତିଦିନ ପ୍ରାୟ ୭୫ ହଜାରରୁ ଅଧିକ ଲୋକ ସୁସ୍ଥ ହେଉଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୭୦,୪୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୯,୦୬,୧୫୧ରେ ପହଞ୍ଚି ଯାଇଛି। ସେହିପରି କରୋନା ଗୋଟିଏ ଦିନରେ ୯୬୪ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୦୬୪,୯୦ରେ ପହଞ୍ଚି ଯାଇଛି।

ତେବେ ୨୪ ଘଣ୍ଟାରେ କରୋନା ମହମାରୀରୁ ୭୮,୩୬୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହାର ଅର୍ଥ ଦେଶରେ ଏଯାଏ ୫୯,୦୬,୦୬୯ ଜଣ କରୋନାରୁ ସୁସ୍ଥ ହେଲେଣି। ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୮,୯୩,୫୯୨ ରହିଛି।

ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବା ଲୋକମାନେ ହିଁ କରୋନା ଯୋଗୁ ଅଧିକ ସଂଖ୍ୟାରେ ପ୍ରାଣ ହରାଇଛନ୍ତି। ଏମାନଙ୍କ ସଂଖ୍ୟା ପ୍ରାୟ ୭୦%। ଦେଶରେ କରୋନା ମୃତ୍ୟୁହାର ୧.୫୪% ରହିଛି।

Related story