କଂଗ୍ରେସ ଛାଡ଼ି ଶିବସେନାରେ ସାମିଲ ହେଲେ ଉର୍ମିଲା ମାତୋଣ୍ଡକର

ମୁମ୍ବାଇ: ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହୋଇଥିବା ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଏବେ ଆଉ ଗୋଟିଏ ନୂଆ ରାଜନୀତିକ ଦଳକୁ ବାଛିଛନ୍ତି। ସେ ମହାରାଷ୍ଟ୍ରରେ କଂଗ୍ରେସର ସହଯୋଗୀ ଶିବସେନାରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି। ମଙ୍ଗଳବାର ଅପରାହ୍ନରେ ଉର୍ମିଲା ଶିବସେନା ସଭାପତି ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାଙ୍କ ପତ୍ନୀ ରଶ୍ମୀ ଠାକରେ ଓ ଦଳର ଅନ୍ୟ ନେତାଙ୍କ ଉପସ୍ଥିତିରେ ଶିବସେନାରେ ଯୋଗଦେଇଛନ୍ତି। ଉଦ୍ଧବଙ୍କ ପତ୍ନୀ ରଶ୍ମୀର ହିଁ ଉର୍ମିଲାଙ୍କ ହାତରେ ଶିବ […]

pp

Hemant Lenka
  • Published: Tuesday, 01 December 2020
  • , Updated: 01 December 2020, 04:18 PM IST

ମୁମ୍ବାଇ: ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହୋଇଥିବା ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଏବେ ଆଉ ଗୋଟିଏ ନୂଆ ରାଜନୀତିକ ଦଳକୁ ବାଛିଛନ୍ତି। ସେ ମହାରାଷ୍ଟ୍ରରେ କଂଗ୍ରେସର ସହଯୋଗୀ ଶିବସେନାରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି।

ମଙ୍ଗଳବାର ଅପରାହ୍ନରେ ଉର୍ମିଲା ଶିବସେନା ସଭାପତି ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାଙ୍କ ପତ୍ନୀ ରଶ୍ମୀ ଠାକରେ ଓ ଦଳର ଅନ୍ୟ ନେତାଙ୍କ ଉପସ୍ଥିତିରେ ଶିବସେନାରେ ଯୋଗଦେଇଛନ୍ତି। ଉଦ୍ଧବଙ୍କ ପତ୍ନୀ ରଶ୍ମୀର ହିଁ ଉର୍ମିଲାଙ୍କ ହାତରେ ଶିବ ବନ୍ଧନ ବାନ୍ଧି ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ। ଏହାର ଫଟୋ ମଧ୍ୟ ଶିବସେନା ପକ୍ଷରୁ ଟ୍ୱିଟ କରାଯାଇଛି।


୨୦୧୯ ଲୋକସଭା ନିର୍ବାଚନ ବେଳେ ଉର୍ମିଲା କଂଗ୍ରେସ ଟିକେଟରୁ ଉତ୍ତର ମୁମ୍ବାଇରେ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ତାଙ୍କୁ ବିଜେପି ପ୍ରାର୍ଥୀ ଗୋପାଳ ସେଠୀଙ୍କ ଠାରୁ ପରାସ୍ତ ହୋଇଥିଲେ। ସେପ୍ଟେମ୍ବର ମାସରେ ସେ କଂଗ୍ରେସକୁ ଅଲବିଦା କହିଥିଲେ।

Related story