ନୂଆଦିଲ୍ଲୀ: ପାକିସ୍ତାନୀଙ୍କ ଉପରେ ବୟାନ ଦେଇ ବିବାଦରେ ଅଭିନେତ୍ରୀରୁ ନେତ୍ରୀ ହୋଇଥିବା କଂଗ୍ରେସର ୩୩ ବର୍ଷୀୟା ବନି ରମ୍ୟା। ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ କର୍ଣ୍ଣାଟକର ମାଜିଷ୍ଟ୍ରେଟ୍ କୋର୍ଟରେ ଦାବି କରାଯାଇଛି।
ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକରଙ୍କ ‘ପାକିସ୍ତାନ ଯିବା ନର୍କ ଗଲା ପରି ଅନୁଭବ ହୋଇଥିବା’ ବୟାନ୍ ଉପରେ ରମ୍ୟା କହିଥିଲେ ‘ପାକିସ୍ତାନରେ ନର୍କ ନୁହେଁ, ସେଠାକାର ଲୋକମାନେ ଠିକ୍ ଆମ ପରି। ସେମାନେ ଆମ ସହିତ ବହୁତ ଭଲ ବ୍ୟବହାର କରିଥାଆନ୍ତି।’
ଏହାପରେ ରମ୍ୟା ସୋସିଆଲ୍ ମିଡିଆରେ ‘ରାଷ୍ଟ୍ର ବିରୋଧୀ’ ବୟାନ୍ ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।