ଯୋଗାଡ଼ କରୁଥିଲା ନୂଆ ନୂଆ ହିରୋଇନ୍‌, ରାତିକୁ ନେଉଥିଲା ୨୦ ହଜାର

ହାଇଦ୍ରାବାଦ: ପରଦାରେ ରୋମାନ୍ସ କରୁଥିବା ନୂଆ ନୂଆ ଦକ୍ଷିଣି ହିରୋଇନ୍‌ମାନଙ୍କୁ ନେଇ ଖେଳ କରୁଥିଲେ ଏ.ଜନାର୍ଦନ ରାଓ। ଆଉ ରାତିକେ ହାତିଏ କମାଇବାର ନିଶା ଘାରିଥିଲା ତାଙ୍କୁ। ନୂଆ ନୂଆ ଅଭିନୟରେ ପାଦ ରଖିଥିବା ସୁନ୍ଦରୀ ତରୁଣୀଙ୍କୁ ଯୋଗାଡ଼ କରି ଆଣିବା ଥିଲା ତାଙ୍କ କାମ। ଆଉ ଗରାଖ ମିଳିଗଲେ ରାତିଏ ପାଇଁ ସେ ନେଉଥିଲେ ୨୦ ହଜାର ଟଙ୍କା। ବାକି ରୋମାନ୍ସ ପାଇଁ ଦାବି ମୁତାବକ ପଇସା ନେଉଥିଲେ ଅଭିନେତ୍ରୀ। ହାଇଦ୍ରାବାଦ ପୁଲିସ୍‌ ଏମିତି ଏକ […]

dalal

Rakesh Mallick
  • Published: Monday, 09 July 2018
  • , Updated: 09 July 2018, 05:10 PM IST

ହାଇଦ୍ରାବାଦ: ପରଦାରେ ରୋମାନ୍ସ କରୁଥିବା ନୂଆ ନୂଆ ଦକ୍ଷିଣି ହିରୋଇନ୍‌ମାନଙ୍କୁ ନେଇ ଖେଳ କରୁଥିଲେ ଏ.ଜନାର୍ଦନ ରାଓ। ଆଉ ରାତିକେ ହାତିଏ କମାଇବାର ନିଶା ଘାରିଥିଲା ତାଙ୍କୁ। ନୂଆ ନୂଆ ଅଭିନୟରେ ପାଦ ରଖିଥିବା ସୁନ୍ଦରୀ ତରୁଣୀଙ୍କୁ ଯୋଗାଡ଼ କରି ଆଣିବା ଥିଲା ତାଙ୍କ କାମ। ଆଉ ଗରାଖ ମିଳିଗଲେ ରାତିଏ ପାଇଁ ସେ ନେଉଥିଲେ ୨୦ ହଜାର ଟଙ୍କା। ବାକି ରୋମାନ୍ସ ପାଇଁ ଦାବି ମୁତାବକ ପଇସା ନେଉଥିଲେ ଅଭିନେତ୍ରୀ।

ହାଇଦ୍ରାବାଦ ପୁଲିସ୍‌ ଏମିତି ଏକ ହାଇପ୍ରୋଫାଇଲ ସେକ୍ସ ରାକେଟ୍‌ ଠାବ କରିଛି। ଆଡ୍ଡା ଉପରେ ଚଢ଼ାଉ କରି ଜଣେ ଅଭିନେତ୍ରୀଙ୍କୁ ଉଦ୍ଧାର କରିଛି। ଅଭିନେତ୍ରୀ ଜଣକ ଆଗ୍ରାର ବୋଲି କୁହାଯାଇଛି।ସହର ପାଖ ବଞ୍ଜାରା ହିଲ୍ସ୍‌ ଅଞ୍ଚଳରେ ଏକ ହୋଟେଲରେ ଚାଲିଥିଲା ଏହି କାରବାର। ରବିବାର ଏହି ମାମଲାର ସୂଚନା ଦେଇ ପୁଲିସ କହିଛି ଯେ, ଏକ ଗୁପ୍ତ ସୂଚନା ଆଧାରରେ ଶନିବାର ରାତିରେ ହୋଟେଲରେ ଚଢ଼ାଉ କରାଯାଇଥିଲା। ଦଲାଲ ଜନାର୍ଦନ ରାଓଙ୍କ ସହ ଜଣେ ଗ୍ରାହକଙ୍କୁ ମଧ୍ୟ ଗିରଫ କରାଯାଇଛି। ଏମିତିକି ଗ୍ରାହକ ଜଣକ ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡ଼ିଛି।

ଜେରା ବେଳେ ସତ ଓଗାଳିଥିଲେ ଜନାର୍ଦନ। ସେ ନିଜର ଜଣେ ସହଯୋଗୀଙ୍କ ସହ ବିଭିନ୍ନ ସ୍ଥାନରୁ ଅଭିନେତ୍ରୀମାନଙ୍କୁ ଆଣୁଥିଲେ। ସେମାନଙ୍କ ସହ ଚୁକ୍ତି କରି ସାପ୍ତାହିକ ସର୍ବନିମ୍ନ ଏକ ଲକ୍ଷ ଟଙ୍କା ଦେଇ ଦେହ ବ୍ୟବସାୟରେ ଲଗାଉଥିଲେ। ଅଭିନେତ୍ରୀମାନଙ୍କ ସହ ସମ୍ପର୍କ ସ୍ଥାପନ ପୂର୍ବରୁ ପ୍ରତି ଗ୍ରାହକଙ୍କଠାରୁ ୨୦ ହଜାର ଟଙ୍କା ନେଉଥିଲେ ଅଭିଯୁକ୍ତ ଦଲାଲ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁନ୍‌ରେ ଦେହ ବ୍ୟବସାୟ ଅଭିଯୋଗରେ ଆମେରିକାର ସିକାଗୋରେ ଭାରତୀୟ ଦମ୍ପତିଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଉପରେ ଅଭିଯୋଗ ଥିଲା ଯେ ସେମାନେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଅଭିନେତ୍ରୀମାନଙ୍କୁ ଆମେରିକାରେ ଭାରତୀୟ ଫିଲ୍ମ ସମାରୋହରେ ଯୋଗ ଦେବାର ବାହାନା କରି ସେମାନଙ୍କୁ ଆମେରିକା ଡକାଉଥିଲେ। ତା’ ପରେ ସେମାନଙ୍କୁ ନେଇ ସେକ୍ସ ରାକେଟ ଚଳାଉଥିଲେ। ଏହି ଘଟଣା ବିଷୟରେ ଜଣା ପଡ଼ିବା ପରେ ପାଞ୍ଚଜଣ ଅଭିନେତ୍ରୀ ଏହି ରାକେଟରେ ସମ୍ପୃକ୍ତି ଥିବାର ପ୍ରମାଣ ମିଳିଛି। ଆମେରିକା ପୁଲିସ୍ ଏହାର ଯାଞ୍ଚ କରି କୋର୍ଟରେ ରିପୋର୍ଟ ଦାଖଲ କରିଛି।

Related story