୪.୬୫ ଲକ୍ଷ ଟଙ୍କା ସହିତ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତିନ୍ ରାମ ମାଂଝୀଙ୍କ ପୁଅ ଅଟକ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତିନ୍ ରାମ ମାଂଝୀଙ୍କ ପୁଅ ପ୍ରବୀଣ ମାଂଝୀଙ୍କୁ ଆବଶ୍ୟକଠାରୁ ଅଧିକ ଅର୍ଥ ନେବା ଅଭିଯୋଗରେ ଜାହାନ୍ନାବାଦ ପୋଲିସ ଅଟକ ରଖିଛି। ତାଙ୍କ ନିକଟରୁ ନଗଦ ୪.୬୫ ଲକ୍ଷ ଟଙ୍କା ପୋଲିସ ଜବତ କରିଛି। ଅକ୍ଟୋବରରେ ବିହାରରେ ନିର୍ବାଚନ ଥିବାରୁ ରାଜ୍ୟରେ ଆଚର ସଂହିତା ଲାଗୁ ହୋଇଥିବାରୁ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କା ନେବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେବେ ପାଟନାର ହନୁମାନ ଗଳିରେ ନିର୍ମାଣଧୀନ ଘର ଖର୍ଚ୍ଚ ପାଇଁ […]

praveen_

Rakesh Mallick
  • Published: Sunday, 13 September 2015
  • , Updated: 14 September 2015, 02:56 AM IST

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତିନ୍ ରାମ ମାଂଝୀଙ୍କ ପୁଅ ପ୍ରବୀଣ ମାଂଝୀଙ୍କୁ ଆବଶ୍ୟକଠାରୁ ଅଧିକ ଅର୍ଥ ନେବା ଅଭିଯୋଗରେ ଜାହାନ୍ନାବାଦ ପୋଲିସ ଅଟକ ରଖିଛି। ତାଙ୍କ ନିକଟରୁ ନଗଦ ୪.୬୫ ଲକ୍ଷ ଟଙ୍କା ପୋଲିସ ଜବତ କରିଛି। ଅକ୍ଟୋବରରେ ବିହାରରେ ନିର୍ବାଚନ ଥିବାରୁ ରାଜ୍ୟରେ ଆଚର ସଂହିତା ଲାଗୁ ହୋଇଥିବାରୁ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କା ନେବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେବେ ପାଟନାର ହନୁମାନ ଗଳିରେ ନିର୍ମାଣଧୀନ ଘର ଖର୍ଚ୍ଚ ପାଇଁ ଏହି ଟଙ୍କା ନେଉଥିବା ପୋଲିସ ପାଖରେ ପ୍ରବୀଣ ମାଂଝୀ କହିଥିବା ଜଣାପଡିଛି।

Related story